ବଡ ସୂଚନା ଦେଲେ ମନ୍ତ୍ରୀ; ତିନି ଦିନ ଭିତରେ ଆସିବ କ୍ଷୟକ୍ଷତି ରିପୋର୍ଟ, ସଠିକ୍ ଆକଳନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ତିନି ଦିନ ଭିତରେ କ୍ଷୟକ୍ଷତି ଆକଳନ ସରିଯିବ। ରିପୋର୍ଟ ଆସିବା ପରେ ରାଜସ୍ୱ ବିଭାଗ ତରଫରୁ କ୍ଷତି ଭରଣା କରାଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । କ୍ଷୟକ୍ଷତିର ସଠିକ ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନଙ୍କ ଧାନ ପୁଣି ବିକ୍ରି ହୋଇ ପାରିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବେ ।

suresh pujari

ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ନ ଥିଲେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯିବ । ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ଏବଂ ବିକ୍ରି ଯୋଗ୍ୟ ହୋଇ ନ ଥିଲେ ତାର ସମ୍ପୂର୍ଣ୍ଣ କ୍ଷତିପୂରଣ ଚାଷୀଙ୍କୁ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ସେହିପରି ମଣ୍ଡି ସମସ୍ୟାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ବର୍ଷା ହେଲେ ମଣ୍ଡିରେ ଅଵ୍ୟଵସ୍ଥା ହେବ। ପକ୍କା ଗୋଦାମ ନିର୍ମାଣ କରୁଛୁ। ବର୍ଷା ଆସିଲେ ମଧ୍ୟ ଧାନ ସେଠାରେ ରହିବ ।

ହଜାରେ କୋଟି ଟଙ୍କା ମଣ୍ଡିର ଉନ୍ନତି ପାଇଁ ଦିଆଯାଇଛି। ଖୁବଶୀଘ୍ର ଧାନ ବିକ୍ରି ପାଇଁ ଆସୁଥିବା ଚାଷୀଙ୍କ ସମସ୍ୟା ଦୂର ହେବ। ମଣ୍ଡିରୁ କଟନୀ ଛଟନୀ, ଦଲାଲି ପ୍ରଥା ଉଚ୍ଛେଦ ହେବ ବୋଲି ସୁରେଶ ପୁଜାରୀ କହିଛନ୍ତି । ଲଘୁଚାପ ବର୍ଷା କାରଣରୁ ପୁରୀ ସତ୍ୟବାଦୀ ବ୍ଲକର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଏବେ ବି ବିଲରେ ଫସଲ ପାଣିରେ ପଡି ରହିଥିବା ବେଳେ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ଏନେଇ ପୁରୀ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି। ଚାଷ କ୍ଷୟକ୍ଷତି ନେଇ ତୁରନ୍ତ ତଦନ୍ତ କରିବା ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଳାପାଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+