ବଡ ସୂଚନା ଦେଲେ ମନ୍ତ୍ରୀ; ଫେବୃଆରୀ ୧୫ ଯାଏଁ ବଢ଼ିଲା ରାସନ କାର୍ଡ ଇ-କେୱାଇସି ସମୟ ସୀମା
ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ୧୫ ଫେବ୍ରୁଆରି ପର୍ଯ୍ୟନ୍ତ ବଢ଼ିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି।ପୂର୍ବରୁ ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ଶେଷ ତାରିଖ ଭାବେ ସରକାର ଦିନ ଧାର୍ଯ୍ୟ କରିଥିଲେ। ଯଦି ସମୟ ସୁଦ୍ଧା ଏହା ଏହା ଶେଷ ନହୁଏ ତେବେ ପରବର୍ତ୍ତୀ ସମୟରେ ସରକାର ବିଚାର କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଥିଲେ।

ଏବେ ଗୁରୁବାର ଧାର୍ଯ୍ୟ ସମୟ ସୀମାର ଗୋଟିଏ ଦିନ ପୂର୍ବରୁ ରାସନ କାର୍ଡ ଇ-କେୱାଇସିର ସମୟ ସୀମା ବୃଦ୍ଧି କରାଯାଇଛି।
ରାଜ୍ୟର ୩୯ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପ୍ଡେଟ୍ କରି ନାହାନ୍ତି। ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ କରିଛନ୍ତି ଇ-କେୱାଇସି ଅପ୍ଡେଟ୍।












Click it and Unblock the Notifications