ବଡ ସୂଚନା ଦେଲେ ମନ୍ତ୍ରୀ; ଜାନୁଆରୀରୁ ନୂଆ ରାସନ୍ କାର୍ଡ

ପୂର୍ବ ସରକାର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ରେସନକାର୍ଡ଼ ପ୍ରଦାନ କରିଥିଲେ। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଜାଲ୍‌ ରେସନକାର୍ଡ଼ଧାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିଛି। ଇ-କେୱାଇସି ଯାଞ୍ଚ ଆରମ୍ଭ ହେବାଠାରୁ ଏ ପର‌୍ୟ୍ୟନ୍ତ ୪ମାସ ମଧ୍ୟରେ ୧,୭୭,୦୬୮ଜଣ ଭୂତ ରେସନ୍‍କାର୍ଡଧାରୀ ଚିହ୍ନଟ ହେଲେଣି। ଏହି ପ୍ରକ୍ରିୟା ଜାରି ରହିଥିବାରୁ ଭୂତ ରେସନକାର୍ଡ଼ଧାରୀଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଭୂତ ରେସନକାର୍ଡ଼ଧାରୀଙ୍କ ବଦଳରେ ପ୍ରାୟ ୧,୭୭,୦୬୮ଜଣ ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗଞ୍ଜାମ ଜିଲାରେ ସର୍ବାଧିକ ୨୪,୫୭୯ଜଣ ପ୍ରବାସୀଙ୍କୁ ରେସନକାର୍ଡ଼ ଦିଆଯାଇଥିବାବେଳେ ମୟୂରଭଞ୍ଜ ଜିଲାରେ ସର୍ବନିମ୍ନ ୧୦୩୫ଜଣ ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଦିଆଯାଇଛି।

Ration Card
ସୂଚନା ଅନୁଯାୟୀ, ନୂଆ ସରକାର କ୍ଷମତାକୁ ଆସିବା ପରେ ଜାଲ୍‌ ରେସନକାର୍ଡ଼ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ଜାଲ୍‌ ହିତାଧିକାରୀଙ୍କୁ ଚିହ୍ନଟ କରିବା ସକାଶେ ରାଜ୍ୟ ସରକାର ରେସନକାର୍ଡ଼ଧାରୀଙ୍କ ଇ-କେୱାଇସି ଯାଞ୍ଚ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୦ଲକ୍ଷ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ଶେଷ ହୋଇସାରିଲାଣି। ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୨୫,୯୩,୮୭୫ ହିତାଧିକାରୀ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦,୨,୧୪୪ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଜାଲ୍‌ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହିତ ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହିକ୍ରମରେ ସରକାର ଇ-କେୱାଇସିରେ ଏ ପର‌୍ୟ୍ୟନ୍ତ ୧,୭୭,୦୬୮ ଭୂତ ରେସନ କାର୍ଡ଼ଧାରୀଙ୍କୁ
ଚିହ୍ନଟ କରାଯାଇସାରିଲାଣି। ଭୂତ ରେସନକାର୍ଡ଼ଧାରୀଙ୍କ ବଦଳରେ ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଯୋଗାଇ ଦେବାକୁ ସରକାର ପ୍ରାଥମିକତା ଦେଉଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ବାହାର ରାଜ୍ୟକୁ ଯାଉଥିବା ସର୍ବାଧିକ ଦାଦନ ଶ୍ରମିକ ଥିବା ଗଞ୍ଜାମ ଜିଲାରେ ଏ ପର‌୍ୟ୍ୟନ୍ତ ୨୪,୫୭୯ଜଣ ପ୍ରବାସୀଙ୍କୁ ରେସନକାର୍ଡ଼ ଦେବାପାଇଁ ଚିହ୍ନଟ ହୋଇଥିବାବେଳେ ବାଲେଶ୍ବର ଜିଲାରେ ୧୪,୪୩୬ ଜଣ, କଟକ ଜିଲାରେ ୧୨,୧୩୮, ଅନୁଗୋଳରେ ୭୯୬୧, ଭଦ୍ରକରେ ୫୮୧୬, ବଲାଙ୍ଗିରରେ ୬୯୭୩, ବୌଦ୍ଧରେ ୧୦୬୪, ଦେବଗଡ଼ରେ ୧୧୧୬, ଢେଙ୍କାନାଳରେ ୨୫୬୦, ଗଜପତିରେ ୨୩୨୯, ଜଗତସିଂହପୁରରେ ୯୨୫୦, ଯାଜପୁରରେ ୪୬୦୭, ଝାରସୁଗୁଡ଼ାରେ ୩୮୧୬, କଳାହାଣ୍ଡିରେ ୩୨୩୮, କନ୍ଧମାଳରେ ୧୫୨୩, କେନ୍ଦ୍ରାପଡ଼ାରେ ୧୧, ୭୩୬, ଖୋର୍ଦ୍ଧାରେ ୭୪୪୬, କୋରାପୁଟରେ ୧୫୭୨, ମାଲକାନଗିରିରେ ୧୧୦୫, ନବରଙ୍ଗପୁରରେ ୧୦୬୪, ନୟାଗଡ଼ରେ ୫୮୯୭, ନୂଆପଡ଼ାରେ ୬୬୯୨, ପୁରୀରେ ୬୮୭୨, ରାୟଗଡ଼ାରେ ୧୫୫୨, ସମ୍ବଲପୁରରେ ୫୪୭୫, ସୋନପୁରରେ ୨୬୪୧ ଏବଂ ସୁନ୍ଦରଗଡ଼ ଜିଲାରେ ୫୦୪୮ଜଣ ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଯୋଗାଇ ଦେବାକୁ ବିଭାଗ ଚିହ୍ନଟ କରିଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+