ବଡ ସୂଚନା ଦେଲେ ମନ୍ତ୍ରୀ; ବନ ବିଭାଗ କର୍ମଚାରୀମାନଙ୍କୁ ମିଳିବ ବନ୍ଧୁକ, ଚାଲିଛି ବିଚାର

ଓଡ଼ିଶା ସରକାର ବନ ବିଭାଗ କର୍ମଚାରୀମାନଙ୍କୁ ବନ୍ଧୁକ ଦେବେ। ଏନେଇ ବିଚାରବିମର୍ଶ ଚାଲିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।

Gun

ଏବେ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ ଏଆଇ କ୍ୟାମେରା ଲାଗିଛି | ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଏହି କ୍ୟାମେରା ଲଗାଯାଇଛି | ଏହି କ୍ୟାମେରା ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଛି।ଜଙ୍ଗଲ ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧିକୁ ନଜର ରଖିବା ପାଇଁ ଏଆଇ କ୍ୟାମେରା ଲଗାଯାଇଛି ଓ ଅନ୍ୟ ଜାଗାରେ ବି ଲଗାଯିବ। ଜଙ୍ଗଲ ଭିତରେ ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ଏହି କ୍ୟାମେରା କାମ କରିବ | ଏହା ସହିତ ବନ ବିଭାଗ କର୍ମଚାରୀମାନଙ୍କୁ ଅଧିକ ସଶକ୍ତ କରିବାକୁ ସେମାନଙ୍କୁ ବନ୍ଧୁକ ଧରାଇବା ଉପରେ ସରକାର ଚିନ୍ତା କରୁଛନ୍ତି।

ସେ କହିଛନ୍ତି, ଶିକାରୀଙ୍କୁ ସାବାଡ଼ କରିବାକୁ ବନ୍ଧୁକ ଚଳାଇବାର କ୍ଷମତା ମିଳିଥିଲେ ମଧ୍ୟ ବନ୍ଧୁକ ମିଳିନାହିଁ, ଯେଉଁଥିପାଇଁ ଶିକାରୀମାନେ ବନ ବିଭାଗ କର୍ମଚାରୀଙ୍କୁ ଗୁଳି ଚଳାଇବାକୁ ପଛାଉନାହାନ୍ତି | ଏହାର ମୁକାବିଲା କରିବାକୁ ଏବେ ପୁଲିସର ସାହାଯ୍ୟ ନିଆଯାଉଛି।ଏ ଆଇ କ୍ୟାମେରା ଦୁଇଟି ଜାଗାରେ ପାଇଲଟ ଭିତ୍ତିରେ ଲଗାଯାଇଛି। ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଆଣିଛି ଏଆଇ କ୍ୟାମେରା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+