ବଡ ସୂଚନା ଦେଲେ ମନ୍ତ୍ରୀ; ଅଦିନିଆ ବର୍ଷାରେ କ୍ଷୟକ୍ଷତିର ଆକଳନ ହେବ, ମିଳିବ କ୍ଷତିପୂରଣ
ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଆକଳନ ହେବ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଶନିବାର ଯାଏଁ ବର୍ଷା ଲାଗି ରହିଥିଲା । ଫଳରେ କ୍ଷୟକ୍ଷତି ଆକଳନ ହୋଇ ପାରିନାହିଁ ।

ମନ୍ତ୍ରୀ ବିଭୂତି ଜେନାଙ୍କୁ ଏନେଇ ଦାୟିତ୍ବ ଦିଆଯାଇଛି । ମନ୍ତ୍ରୀ ବିଭୂତି ଜେନା ସେହି ଅଞ୍ଚଳରେ ଅଛନ୍ତି । ସମସ୍ତ ଜିଲ୍ଲାପାଳ ତଥା ଆରଡିସିଙ୍କୁ ତଦାରଖ ପାଇଁ ଦାୟିତ୍ବ ଦିଆଯାଇଛି । କ୍ଷୟକ୍ଷତି ଆକଳନ ଉଦାରତାର ସହ କରିବା ପାଇଁ କୁହାଯାଇଛି । ଏହାସହ ଚାଷୀଙ୍କୁ ପର୍ଯ୍ଯାପ୍ତ ପରିମାଣରେ କ୍ଷୟକ୍ଷତି ପ୍ରଦାନ କରାଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।












Click it and Unblock the Notifications