ବଡ ସୂଚନା ଦେଲେ ମନ୍ତ୍ରୀ, ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ
୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । 'ନୂଆ ରାସନ କାର୍ଡ ବଣ୍ଟାଯିବ, ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ' ।ଯେଉଁମାନେ ପାଇନାହାନ୍ତି ଆବେଦନ କରନ୍ତୁ, ପୋର୍ଟାଲ ଖୋଲା ଅଛି' । ଅନେକ ବାଦ୍ ପଡ଼ିଛନ୍ତି, ଆହୁରି ବାଦ୍ ପଡ଼ିବେ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରାୟ ୨୫ ଲକ୍ଷ ଲୋକ E-KYC କରିନାହାନ୍ତି' ।

ନୂଆ ରାସନ କାର୍ଡ ବଣ୍ଟନ ନେଇ ସରକାରଙ୍କ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ ହେବ ନୂଆ ରାସନ କାର୍ଡ ସେମାନଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ। ନୂଆ ରାସନ କାର୍ଡ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଏପ୍ରିଲ ୨୨ ସୁଦ୍ଧା ରାସନ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଡିଓ, ମ୍ୟୁନିସିପାଲ କମିଶନର କାର୍ଡ ପ୍ରଦାନ କରିବେ। ସଠିକ୍ ଯାଞ୍ଚ ପରେ ନୂଆ ସଦସ୍ୟଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ଖାଦ୍ୟ ବିଭାଗ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଇକେୱାଇସି ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯିବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଉଛି।












Click it and Unblock the Notifications