ବଡ ସୂଚନା ଦେଲେ ମନ୍ତ୍ରୀ, ତୁରନ୍ତ କରନ୍ତୁ ଇ-କେୱାଇସି ନଚେତ୍...
ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଇ-କଓ୍ବୋଇସ ଯାଞ୍ଚ ପ୍ରକ୍ରିୟାକୁ ନେଇ ବଡ଼ ଖବର ଦେଇଛନ୍ତି ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ରାସନ କାର୍ଡଧାରୀଙ୍କ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଶେଷ ହେବ ବୋଲି ମନ୍ତ୍ରୀ ଶନିବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୨.୩୦ କୋଟିରୁ ଅଧିକ ଇ-କେୱାଇସି ଯାଞ୍ଚ ସଫଳ ହୋଇଥିବା ବେଳେ ୧ କୋଟି ଯାଞ୍ଚ ହେବ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରାଯିବ। ଏହା ହିତାଧିକାରୀ ତାଲିକାରୁ ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ।












Click it and Unblock the Notifications