ବଡ ସୂଚନା ଦେଲେ ମନ୍ତ୍ରୀ; କହିଲେ ‘ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସ୍ତାବ ନାହିଁ’,

ରେଭେନ୍ସା ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ନାହିଁ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଉତ୍ତର ରଖିଛନ୍ତି। ଏହି ପ୍ରସ୍ତାବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ। ଏ ସମ୍ପର୍କିତ ପ୍ରସଙ୍ଗରେ ବିତର୍କ ପାଇଁ ଆହ୍ୱାନ ଦେଇଥିଲେ।

suraj

କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ଜରୁରୀ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ଯେଉଁ ରେଭେନ୍ସା ସାହେବଙ୍କ ସମୟରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା ତାଙ୍କ ନାମରେ ରେଭେନ୍ସା ରହିବା ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ ।

୧୮୬୮ ମସିହାରେ ରେଭେନ୍ସା କଲେ ପ୍ରତିଷ୍ଠା ହୋଇଥିବା ବେଳେ ୨୦୦୬ ନଭେମ୍ୱର ୧୫ ତାରିଖରେ ଏହା ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିଲା । ସୂଚନା ଅନୁଯାୟୀ ୧୮୬୬ର ନ'ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ କଟକଠାରେ ଏକ କଲେଜ ଗଢିବାର ଯୋଜନା କରିଥିଲେ । ଶେଷରେ ସେତେବେଳର ଓଡ଼ିଶା ଡିଭିଜନ ମୁଖ୍ୟ ଥିବା 'ଥୋମାସ ରେଭେନ୍ସା' , ବଙ୍ଗ ସରକାରଙ୍କୁ ଓଡ଼ିଶାର ଛାତ୍ର ଛାତ୍ରୀଙ୍କ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ ଓ କଟକର ଜିଲ୍ଲା ସ୍କୁଲଠାରେ ଏକ କଲିଜିଏଟ କ୍ଳାସ ଆରମ୍ଭ କରିବାର ଅନୁମତିବି ପାଇଗଲେ ।

ଏହିପରି ଭାବେ ୬ ଜଣ ଛାତ୍ରଙ୍କୁ ନେଇ ୧୮୬୮ରେ କଟକରେ ଓଡ଼ିଶାର ପ୍ରଥମ କଲେଜ ଆରମ୍ଭ ହେଲା । ୨୦୦୬ ମସିହା ନଭେମ୍ବର ୧୫ ତାରିଖରେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ଥୋମାସ ଏଡୱାଡ ରେଭେନ୍ସା ଏହି ମହାବିଦ୍ୟାଳୟର ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ , ସମ୍ପୂର୍ଣ୍ଣ ଏକକ ଓଡିଶା ଗଠନ, ଓଡ଼ିଆ ଜାତୀୟତାବାଦର ସମ୍ପ୍ରସାରଣ, ସବୁଜ ସାହିତ୍ୟଠାରୁ ଓଡ଼ିଆ ସାହିତ୍ୟର ବିକାଶ କରିବା, ଜାତୀୟତାବାଦର ବହ୍ନି ଏହିଠାରୁ ଚାରିଆଡେ ବିସ୍ତାର ହୋଇଥିଲା । କେବଳ ସେତିକି ନୁହେଁ, ଓଡ଼ିଆ ଅସ୍ମିତା, ଜାତୀୟତାବାଦ, ଓଡିଶା ସମ୍ପୂର୍ଣ୍ଣ ପ୍ରଦେଶ ଗଠନ, ଓଡ଼ିଆ ସାହିତ୍ୟର ବିକାଶରେ ରେଭେନ୍ସା ଏବଂ ରେଭେନ୍ସାର ଛାତ୍ର ମାନଙ୍କର ଭୂମିକା ବେଶ ଗୁରୁତ୍ୱର ଥିଲା। ଭାରତଛାଡ଼ ଆନ୍ଦୋଳନ ଏହିଠାରୁ ହିଁ ଆରମ୍ଭ ହୋଇଥିଲା । ୧୯୪୨ ଅଗଷ୍ଟ ମାସରେ ରେଭେନ୍ସା ଟେନିସ କୋର୍ଟଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+