ବଡ ସୂଚନା ଦେଲେ ମନ୍ତ୍ରୀ; eKYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ

ଆସନ୍ତା ମାସରୁ ବନ୍ଦ ହୋଇଯିବ ଚାଉଳ ବନ୍ଦ । ekyc କରିନଥିଲେ ଆସନ୍ତା ମାସରୁ ବନ୍ଦ ହୋଇଯିବ ଚାଉଳ । କେନ୍ଦ୍ର ସରକାର ekyc ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

eKYC is

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ହିତାଧିକାରୀ କେଓ୍ୱାଇସି କରିନାହାନ୍ତି । ଏବେ ଆଉ ସମୟ ନାହିଁ । ଏବେବି କେଓ୍ୱାଇସି କରିନଥିବା ଲୋକଙ୍କ ଚାଉଳ ପଠାଯାଉଛି । ତାକୁ ଖୁବଶୀଘ୍ର ବନ୍ଦ କରିଦିଆଯିବ । ଯେଉଁମାନେ କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ । ତେଣୁ ଆଗାମୀ ଦିନରେ ଯଦି କେନ୍ଦ୍ର ସରକାର ସମୟ ବଢାଇବେ, ତେବେ ଆମେ ମଧ୍ୟ ବଢାଇବୁ । ଯଦି କିଏ ବାଦ୍‌ ରହିଯାଇଥିବ, ତେବେ ସେମାନଙ୍କୁ ଲିଖିତ ଭାବେ ଦେବାକୁ ପଡିବ । ତାପରେ ଯାଇ ଆମେ ସେମାନଙ୍କ କଥା ବିଚାର କରିବୁ ।

ସୂଚନାଯୋଗ୍ୟ ଯେ, ଭୂତ ହିତାଧିକାରୀଙ୍କ ଚିହ୍ନଟ ପାଇଁ ଇକେଓ୍ୱାଇସି ଯୋଜନା କରାଯାଇଥିଲା । ଯେଉଁଥିରେ ରାସନ କାର୍ଡରେ ଥିବା କିମ୍ବା ପରିବାର ସମସ୍ତ ସଦସ୍ୟଙ୍କ ଆଉ ଥରେ କେଓ୍ୱାଇସି କରିବା ବାଧ୍ୟତାମୂଳକ ଥିଲା । ହେଲେ ଧାର୍ଯ୍ୟ ତାରିଖ ବିତିଯାଇଥିଲେ ମଧ୍ୟ ସଂପୂର୍ଣ୍ଣ ହୋଇପାରିନଥିଲା ଇକେଓ୍ୱାଇସି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+