କ୍ୟାମ୍ପସ ଖୋଲିବ, ପରୀକ୍ଷା ହେବ : ଦ୍ୱନ୍ଦରେ ରୁହନ୍ତୁ ନାହିଁ ଛାତ୍ରଛାତ୍ରୀ
ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ଭୁବନେଶ୍ୱର : ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି । ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ କ୍ୟାମ୍ପସ ଖୋଲାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଆହୁରି ମଧ୍ୟ ବିଳମ୍ବରେ ପରୀକ୍ଷା ହେଲା ସତ, କିନ୍ତୁ ଅକ୍ଟୋବର 31ରେ ୟୁଜି ଓ ପିଜି ପରୀକ୍ଷାଫଳ ପ୍ରକାଶ ପାଇଥିଲା ।

ନୂଆଶ୍ରେଣୀରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ହୋଇଛି । ଏଥିସହ ଯୁକ୍ତ 3ର ପ୍ରଥମ ବର୍ଷ ନାମଲେଖା ପ୍ରାୟ ସରିଲାଣି । ଆଗାମୀ ଦିନରେ ପିଜିର ନାମଲେଖା ହେବାକୁ ଯାଉଛି । ତେଣୁ ଆଗକୁ ପରୀକ୍ଷା ମଧ୍ୟ ହେବ । ନୂଆ କରି ନାମ ଲେଖାଇବାକୁ ଯାଉଥିବା ଛାତ୍ରଛାତ୍ରୀ ଓ ପାଠ ପଢୁଥିବା ଛାତ୍ରଛାତ୍ର ଦ୍ୱନ୍ଦରେ ରୁହନ୍ତୁ ନାହିଁ । ଏଥିସହ ସମୟ ନଷ୍ଟ ନକରି, ଘରେ ଖାଲିରେ ନବସି ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ ।












Click it and Unblock the Notifications