Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କ ପରେ ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା

କରୋନା ଟିକା ନେଇଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଉପବାଚସ୍ପତି ରଜନୀକାନ୍ତ ସିଂହ । ଏହାସହ ୨୦ ଜଣ ମନ୍ତ୍ରୀ ଓ ବିଧାୟକ ମଧ୍ୟ କରୋନା ଟିକା ନେଇଛନ୍ତି ।

ଭୁବନେଶ୍ବର: ଆଜିଠୁ ସାରା ଦେଶରେ ସାଧାରଣ ଲୋକଙ୍କୁ ଦିଆଯାଉଛି କରୋନା ଟିକା । ଦେଶରେ ପୁଣି କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଥିବା ବେଳେ ଆଜିଠୁ 2ୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ କରୋନା ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ପରେ ପରେ କରୋନା ଟିକା ନେଇଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଉପବାଚସ୍ପତି ରଜନୀକାନ୍ତ ସିଂହ । ଏହାସହ ୨୦ ଜଣ ମନ୍ତ୍ରୀ ଓ ବିଧାୟକ ମଧ୍ୟ କରୋନା ଟିକା ନେଇଛନ୍ତି । ବିଧାନସଭା ପରିସରରେ ଥିବା ହସ୍ପିଟାଲରେ ସମସ୍ତେ ଟିକା ନେଇଛନ୍ତି ।

Odisha Assembly speaker

୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି। ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯିବ। ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କରୋନା ଟିକା ନେଇଛନ୍ତି।

ସରକାରୀ ହସ୍ପିଟାଲରେ ଏହି ଟିକା ମାଗଣାରେ ମିଳିବାକୁ ଥିବା ବେଳେ ପ୍ରାଇଭେଟ ହସ୍ପିଟାଲରେ ପ୍ରତି ଡୋଜକୁ ଦେବାକୁ ପଡ଼ିବ ୨୫୦ ଟଙ୍କା । ଯିଏ ଟିକା ନେବ, ସେ COWIN ପୋର୍ଟାଲରେ ପଞ୍ଜିକରଣ କରିବେ । ଯିଏ ପଞିଜୀକରଣ କରିନଥିବ, ଅନ୍ ସାଇଟ୍ ପଞିଜୀକରଣ କରି ଟିକା ନେଇପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+