ଭୁବନେଶ୍ୱରରେ ଖୋଲିଲା ମିନି ୱେଦର ଷ୍ଟେସନ୍
Mini Weather Station In Bhubaneswar: ଭୁବନେଶ୍ୱରରେ ଖୋଲିଛି ମିନି ୱେଦର ଷ୍ଟେସନ୍ । ବକୁଳ ଲାଇବ୍ରେରୀ ପରିସରରେ ସ୍ଥାାପନ କରାଯାଇଛି । ଏହା ପବନର ବେଗ, ଗତିବିଧି, ଗୁଳୁଗୁଳି ଆକଳନରେ ହେବ ସହାୟକ । ସେହିପରି ବର୍ଷାର ପରିମାଣ, ବାରୋମୋଟ୍ରିକ ପ୍ରେସର ନେଇ ମଧ୍ୟ ମିଳିବ ସୂଚନା । ସୌରଚାଳିତ ଷ୍ଟେସନରେ ରହିଛି ୱେୟାରଲେସ ଟ୍ରାନ୍ସମିସନ ସୁବିଧା ।

ହାଇଦ୍ରାବାଦ ଅବସ୍ଥାପିତ ଆମେରିକା କନସୁଲେଟ ଜେନେରାଲ ସହଯୋଗ ଏବଂ ନ୍ୟୁୟର୍କର ସିଟି ୟୁନିଭର୍ସିଚି ସହୟତାରେ ଭୁବନେଶ୍ୱର ବକୁଳ ଲାଇବ୍ରେରୀ ପରିସରରେ ମିନି ୱେଦର ଷ୍ଟେସନ ସ୍ଥାପନ କରାଯାଇଛି । ଏହି ସୌରଚାଳିତ ମିନି ୱେଦର ଷ୍ଟେସନରେ ୱେରଲେସ୍ ଟ୍ରାନ୍ସମିଶନର ସୁବିଧା ରହିଥିବା ନେଇ ସୂଚନା ରହିଛି ।
ତେବେ ଆମେରିକାର କନସୁଲେଟ ଜେନେରାଲ ନିଲ୍ କାଦର, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମଙ୍କ ସହ ବହୁ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏହି ମିନି ୱେଦର ଷ୍ଟେସନରେ ଉଦଘାଟନ କରାଯାଇଥିଲା ।












Click it and Unblock the Notifications