ଭଦ୍ରକରେ ହେବ ମିନି ସୁରଟ , ମଞ୍ଜୁର ହେଲା ୪ ହଜାର ୩୦୦ କୋଟି ରୁ ଅଧିକ ଟଙ୍କା
ଭଦ୍ରକରେ ହେବ ମିନି ସୁରଟ । ମଞ୍ଜୁର ହେଲା ୪ ହଜାର ୩୦୦ କୋଟି ରୁ ଅଧିକ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ଛକ ଠାରେ ଟେକ୍ସଟାଇଲ ପାର୍କ ନିର୍ମାଣ ବିକାଶର ସୂର୍ଯ୍ୟୋଦୟ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି । ଏ ବାବଦରେ ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଗତ ୨୦୧୭ରେ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଏଠାରେ ଏକ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଥିଲେ ମଧ୍ୟ ପୂର୍ବ ସରକାରଙ୍କ ବେଳେ ଏହା ବିଳମ୍ବିତ ହୋଇଥିଲା । ତେବେ ବର୍ତ୍ତମାନ ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ହେଉଥିବା ଘୋଷଣା କରିବା ପରେ ଜିଲ୍ଲା ତଥା ରାଜ୍ୟବାସୀଙ୍କ ଦୀର୍ଘ ଦିନ ସ୍ୱପ୍ନ ସଫଳ ହେବାକୁ ଯାଉଛି ।

ଆଇଓସିଏଲ୍ ଓ ଏମସିପିଆଇ ଲିମିଟେଡ ମିଳିତ ଭାବେ ଭଦ୍ରକ ଜିଲ୍ଲା ଧାମନଗର ଛକ ନିକଟରେ ପ୍ରତିଷ୍ଠା କରିବେ ଟେକ୍ସଟାଇଲ ପାର୍କ । ୪ ହଜାର ୩ ଶହ କୋଟି ଟଙ୍କା ବ୍ୟୟରେ ଖୁବ୍ଶୀଘ୍ର ଟେକ୍ସଟାଇଲ୍ ପାର୍କ କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଟେକ୍ସଟାଇଲ ପ୍ରକଳ୍ପ ପ୍ରତିଷ୍ଠା ହେଲେ ରାଜ୍ୟର ଯୁବକ, ଯୁବତୀ ନିଜର ପରିବାର ପୋକ୍ଷଣ ପାଇଁ ବାହାରକୁ ନ ଯାଇ ଏଠାରେ ନିଯୁକ୍ତି ସୁଯୋଗ ପାଇବେ। ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ସହିତ ଅନେକ ଆନୁସଙ୍ଗିକ କଳକାରଖାନା ମଧ୍ୟ ପ୍ରତିଷ୍ଠା ହୋଇପାରିବ ଯାହାଫଳରେ ଅନେକ ଶିକ୍ଷିତ ଯୁବକ ,ଯୁବତୀଙ୍କ ପାଇ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଯାହାକୁ ନେଇ ବେଶ ଖୁସି ଅଛନ୍ତି ସ୍ଥାନୀୟ ଲୋକେ ।
ତେବେ ଏହି ଟେକ୍ସଟାଇଲ୍ ପାର୍କରୁ ପ୍ରତ୍ୟେକ ଦିନ ୯୦୦ ଟନ ପଲିମର ଉତ୍ପାଦନ ହେବ । ପାରାଦୀପ ରିଫାଇନାରି ରୁ ବାହାରୁଥିବା ଉପ ଉତ୍ପାଦକୁ କଞ୍ଚାମାଲ ଭାବେ ଏଠାରେ ବ୍ୟବହୃତ ହେବ । ଉତ୍ପାଦନ ପରେ ଧାମରା ପୋର୍ଟରୁ ଦେଶ ତଥା ଦେଶ ବାହାରକୁ ରପ୍ତାନି ହେବ। ଯାହା କି ପରିବହନ ଅର୍ଥ କୁ କମ କରିବ । ଏହା ସହ ଆଖ ପାଖ ଅଞ୍ଚଳରେ ମଧ୍ୟ ଅନେକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଠି ହେବ ।












Click it and Unblock the Notifications