Get Updates
Get notified of breaking news, exclusive insights, and must-see stories!

ବାହାର ଜିଲା ମିଲରଙ୍କୁ ମିଳିବ ଅନୁମତି

ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ ସରକାର, କାହାରି ବି ଟୋକନ ଲାପ୍‌ସ କରିବ ନାହିଁ ବୋଲି କହିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଭଦ୍ରକ ଜିଲା ଗସ୍ତରେ ଆସି ମନ୍ତ୍ରୀ ଆଜି ଜିଲାପାଳଙ୍କ କାର୍ଯ୍ଯାଳୟରେ ଧାନକିଣା ନେଇ ସମୀକ୍ଷା ବୈଠକ କରିଥିଲେ ।

krushan patra

ବୈଠକ ପରେ ଗଣମାଧ୍ଯମକୁ ମନ୍ତ୍ରୀ କହିଥିଲେ ଯେ, ରାଜ୍ଯରେ ଧାନକିଣା ଏଥରକ ୪-୫ ଦିନ ବିଳମ୍ବରେ ଆରମ୍ଭ ହୋଇଛି । କିନ୍ତୁ ସୁରୁଖୁରୁରେ ଚାଷୀଙ୍କ ଠାରୁ ଧାନ ନିଆଚାଲିଛି । ବର୍ତମାନ ସୁଦ୍ଧା ସାରା ରାଜ୍ଯରେ ଚାଷୀଙ୍କ ଠାରୁ ୪୦ଲକ୍ଷ ମାଟ୍ରିକ ଟନ ଧାନ କିଣା ସରିଛି । ସମସ୍ତ ଧାନ କିଣା ବାବଦକୁ ୯ହଜାର କୋଟି ଟଙ୍କା ଚାଷୀଙ୍କୁ ଦିଆ ସରିଲାଣି । କଟ୍‌ନି ଛଟ୍‌ନିର ଅଭିଯୋଗ ବିଶେଷ କିଛି ନାହିଁ । ଯେଉଁଠୁ ନିର୍ଦିଷ୍ଟ ଅଭିଯୋଗ ମିଳିବ କାର୍ଯାନୁଷ୍ଠାନ ହେବ ବୋଲି କହିଥିଲେ ମନ୍ତ୍ରୀ ।

ଭଦ୍ରକ ଜିଲାରେ ଧାନକିଣା ବାବଦରେ ମନ୍ତ୍ରୀ କହିଥିଲେ ଯେ, ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ଗହଣରେ ଜିଲାର ଧାନକିଣା ସମୀକ୍ଷା କରିଛି । ବର୍ତମାନ ସୁଦ୍ଧା ଜିଲାରୁ ୨ଲକ୍ଷ ୭୧ହଜାର କ୍ବିଣ୍ଟାଲ ଧାନ କିଣା ସରିଛି । ୯ହଜାର ଚାଷୀ ଧାନ ବିକ୍ରି କରିଛନ୍ତି । ମଣ୍ଡିରୁ ଧାନ ମିଲର ଉଠାଉନଥିବା ଅଭିଯୋଗ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ, ଭଦ୍ରକ ଜିଲାର ମିଲରଙ୍କ ସଂଖ୍ଯା ମାତ୍ର ୨୨ । ଆଜି ସମୀକ୍ଷା ବୈଠକରେ ବାହାର ଜିଲାର ମିଲରଙ୍କୁ ଭଦ୍ରକରେ ନିୟୋଜନ ବାବଦରେ ଚର୍ଚା ହୋଇଛି । ଜିଲାର ମିଲର ସବୁ ଧାନ ଉଠାଇବା ସମ୍ଭବ ହେଉନାହିଁ । ବାହାର ଜିଲାର ମିଲର ଉକ୍ତ ଜିଲାରୁ ଧାନ ଉଠାଇ ସାରିବା ପରେ ଭଦ୍ରକ ଆସିବେ ।

କିଛି ଚାଷୀଙ୍କୁ ଧାନ ବିକିବାର ସପ୍ତାହ ପରେ ମଧ୍ୟ ପ୍ରାପ୍ଯ ମିଳିନଥିବା ଅଭିଯୋଗରେ ମନ୍ତ୍ରୀ କହିଥିଲେ ଯେ, ୨୦୨୨ ମସିହାରୁ ବି କିଛି ଚାଷୀ ପ୍ରାପ୍ଯ ପାଇନଥିଲେ । ଆମ ବିଭାଗ ସେମାନଙ୍କୁ ଦେଇସାରିଛି । ଏବେ ଯଦି ନିର୍ଦିଷ୍ଟ ଅଭିଯୋଗ ମିଳେ ତାର କାରଣ ସମ୍ପର୍କରେ ଅନୁଧ୍ଯାନ କରାଯାଇ ତୁରନ୍ତ ସମାଧାନ କରାଯିବ। ଅପରପକ୍ଷେ ଜିଲାର ମିଲର ସଂଖ୍ଯା ବଢିବା ଜରୁରି ବୋଲି ଦର୍ଶାଇଥିଲେ ଯୋଗାଣମନ୍ତ୍ରୀ । ଯୁବ ଉଦ୍ଯୋଗୀମାନେ ଏ ଦିଗରେ ଆଗଭର ହେଲେ ସରକାର ୫୦ପ୍ରତିଶତ ସବ୍‌ସିଡ଼ି ଦେବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+