Milk Rate Odisha: ଅମୁଲ ଏବଂ ମଦର ଡେରୀ କ୍ଷୀର ହେବ ଶସ୍ତା, କେତେ କମିବ ଦାମ୍

ପ୍ରତ୍ୟେକ ଘରେ ବ୍ୟବହୃତ କ୍ଷୀରର ଦାମ୍ କମ୍ ହେବାକୁ ଯାଉଛି । ସରକାର GST ପରିଷଦ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଯେ, ପ୍ୟାକେଜ୍ ହୋଇଥିବା କ୍ଷୀରକୁ ୫% GSTରୁ ମୁକ୍ତ କରାଯିବ। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ଦେଶର ସର୍ବବୃହତ କ୍ଷୀର ଉତ୍ପାଦନକାରୀ ବ୍ରାଣ୍ଡ୍ ଅମୁଲ ଏବଂ ମଦର ଡେରୀର କ୍ଷୀରର ଦାମ୍ ହ୍ରାସ ପାଇବ ।

ଏହି GST ଛାଡ଼ର ସିଧାସଳଖ ଲାଭ ସାଧାରଣ ଗ୍ରାହକଙ୍କୁ ମିଳିବ । କାରଣ କ୍ଷୀର ଉପରେ ୫% ଟିକସ ହଟାଇ ଦିଆଯିବ । 'ଅମୁଲ ଗୋଲ୍ଡ' ପ୍ରାୟ ୬୯ ଟଙ୍କା, ଟୋନଡ କ୍ଷୀର ପ୍ରାୟ ୫୭ ଟଙ୍କାରେ ବିକ୍ରି ହୁଏ । ସେହିପରି, ମଦର ଡେରୀର ଫୁଲ କ୍ରିମ୍ କ୍ଷୀର ୬୯ ଟଙ୍କା ଏବଂ ଟୋନଡ କ୍ଷୀର ପ୍ରାୟ ୫୭ ଟଙ୍କାରେ ମିଳିଥାଏ । ସରକାରଙ୍କ ଯୋଜନା ଅନୁଯାୟୀ, କ୍ଷୀରର ମୂଲ୍ୟ ପ୍ରାୟ ୩ ରୁ ୪ ଟଙ୍କା ପ୍ରତି ଲିଟରରେ ହ୍ରାସ ପାଇବ ।

Milk Rate Odisha Amul and Mother Dairy milk will be cheape

କେଉଁ କ୍ଷୀର ଶସ୍ତା ହେବ ?

ଅମୁଲ ଗୋଲ୍ଡ (ଫିୁଲ କ୍ରିମ୍) - ୬୯ ଟଙ୍କାରୁ ୬୫-୬୬ ଟଙ୍କା

ଅମୁଲ ଫ୍ରେସ୍ (ଟୋନଡ୍ କ୍ଷୀର) - ୫୭ ଟଙ୍କାରୁ ରୁ ୫୪-୫୫ ଟଙ୍କା

ଅମୁଲ ଟି ସ୍ପେଶାଲ୍ - ୬୩ ଟଙ୍କାରୁ ୫୯-୬୦ ଟଙ୍କା

ମଇଁଷି କ୍ଷୀର - ୭୫ ଟଙ୍କାରୁ ୭୧-୭୨ ଟଙ୍କା

ଗାଈ କ୍ଷୀର - ୫୮ ଟଙ୍କାରୁ ୫୫-୫୭ ଟଙ୍କା

ମଦର ଡେରୀ ଫୁଲ୍ କ୍ରିମ୍ - ୬୯ରୁ ୬୫-୬୬ ଟଙ୍କା

ମଦର ଡେରୀ ଟୋନଡ୍ କ୍ଷୀର - ୫୭ ଟଙ୍କାରୁ ୫୫-୫୬ ଟଙ୍କା

ମଦର ଡେରୀ ମଇଁଷି କ୍ଷୀର - ୭୪ ଟଙ୍କାରୁ ୭୧

ମଦର ଡେରୀ ଗାଈ କ୍ଷୀର - ୫୯ ଟଙ୍କାରୁ ୫୬-୫୭ ଟଙ୍କା

ତେବେ ଏହି ଦାମ୍ ସେପ୍ଟେମ୍ବର ୨୨ରୁ ଲାଗୁ ହେବ । ଏହି ତାରିଫ ପରେ ସମସ୍ତ ପ୍ୟାକ୍ଡ କ୍ଷୀର ପ୍ରଡକ୍ଟ ଉପରୁ ଜିଏସଟି ସଂପୂର୍ଣ୍ଣ ଛାଡ ହେବ । କ୍ଷୀର ଦାମ୍ କମିବା ଦ୍ବାରା ଗ୍ରାହକଙ୍କୁ ସିଧାସଳଖ ଫାଇଦା ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+