Get Updates
Get notified of breaking news, exclusive insights, and must-see stories!

Milk Production Odisha: ଦୁଗ୍ଧ ଉତ୍ପାଦନ: ରାଜ୍ୟରେ ବଢ଼ିଛି, ୧୩ ଜିଲାରେ କମିଛି

୨୦୨୩-୨୪ରେ ଦେଶରେ ସର୍ବାଧିକ ଉତ୍ତରପ୍ରଦେଶରେ ୩୮,୭୮୦ ହଜାର ମେଟ୍ରିକ ଟନ୍‌ (ଟିଏମ୍‌ଟି) ଦୁଗ୍ଧ ଉତ୍ପାଦନ ହେଉଥିବାବେଳେ ଓଡ଼ିଶାରେ ଏହାର ପରିମାଣ ରହିଛି ୨,୬୩୬ ଟିଏମ୍‌ଟି । ଦେଶର ମୋଟ ଉତ୍ପାଦନରେ ଏହି ଦୁଇ ରାଜ୍ୟର ଅବଦାନ ଯଥାକ୍ରମେ ୧୬.୨୧% ଏବଂ ୧.୧% ରହିଛି ।

୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୪୭୬.୪୨ ଟିଏମ୍‌ଟି ମେଟ୍ରିକ୍‌ ଟନ୍‌ ଦୁଗ୍ଧ ଉତ୍ସବ ହୋଇଥିବାବେଳେ ୨୦୨୩-୨୪ରେ ୧୫୯.୫୮ ଟିଏମ୍‌ଟି ବୃଦ୍ଧି ପାଇଛି। ମାତ୍ର ୧୩ ଜିଲା ତଥା ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ଦୁଗ୍ଧ ଉତ୍ପାଦନ ହ୍ରାସ ପାଇଛି। କଟକ ଜିଲାରେ ୧୪,୦୩,୨୦୪ କ୍ଷୀର ଦେଉଥିବା ପ୍ରାଣୀଙ୍କଠାରୁ ସର୍ବାଧିକ ୩୯୧ ଟିଏମ୍‌ଟି ଦୁଗ୍ଧ ଉପତ୍ାଦନ ହୋଇଛି।

Milk Production Odisha Milk production Increased in the state decreased in 13 districts

କନ୍ଧମାଳରେ ୪,୭୩,୧୯୯ ପ୍ରାଣୀଙ୍କଠାରୁ ସର୍ବନିମ୍ନ ୧୧.୧୧ ଟିଏମ୍‌ଟି କ୍ଷୀର ଉପତ୍ାଦନ ହୋଇଛି। ମୟୂରଭଞ୍ଜରେ କ୍ଷୀର ଦେଉଥିବା ପ୍ରାଣୀଙ୍କ ସଂଖ୍ୟା ସର୍ବାଧିକ ୩୭,୬୧,୧୨୮ ରହିଥିଲେ ମଧ୍ୟ ଦୁଗ୍ଧ ଉପତ୍ାଦନ ଖୁବ୍‌ କମ୍‌ ରହିଛି। ବର୍ଷକରେ ଉପତ୍ାଦିତ କ୍ଷୀର ପରିମାଣ ୭୨.୮୭ରୁ ୬୨.୭୮ ଟିଏମ୍‌ଟିକୁ ହ୍ରାସ ପାଇଛି। ଏହି ୧୩ ଜିଲାରେ ଦେଶୀ ଗାଈଙ୍କ ସଂଖ୍ୟା ଅଧିକ ରହିଛି। ଏହି ବର୍ଗର ଗାଈ କମ୍‌ କ୍ଷୀର ଦେଉଥିବାରୁୁ ସାମଗ୍ରିକ ଭାବେ ଏହି ସବୁ ଜିଲାରେ ଦୁଗ୍ଧ ଉତ୍ପାଦନ ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଉଛି।

ରାଜ୍ୟ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଏବେ ଓମ୍‌ଫେଡ୍‌ ଦୈନିକ ୫ ଲକ୍ଷ ୧୪ ହଜାର ଲିଟର ଦୁଗ୍ଧ ସଂଗ୍ରହ କରୁଛି। ସେଥିରେ ଦେଶୀ ବା ବିଞ୍ଝାରପୁରୀ ଗାଈ କ୍ଷୀର ହେଉଛି ୨୫୦୦ ଲିଟର। ଅନ୍ୟାନ୍ୟ ଘରୋଇ କମ୍ପାନୀଗୁଡ଼ିକ ରାଜ୍ୟରୁ ଦୈନିକ ୨ ଲକ୍ଷ ୭୪ ହଜାର ଲିଟର ଦୁଗ୍ଧ ଦୈନିକ ସଂଗ୍ରହ କରୁଛନ୍ତି। ବର୍ଷ ସାରା ଓମଫେଡ୍‌ର ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟରେ ମୁଣ୍ଡ ପିଛା କ୍ଷୀର ଆବଶ୍ୟକତା ପୂରଣ ପାଇଁ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା' ଆରମ୍ଭ କରାଯାଇଛି। ଏହା ଅଧୀନରେ ପ୍ରତିବର୍ଷ ୨,୦୦୦ ହିତାଧିକାରୀଙ୍କୁ ୨ଟି କ୍ରସ୍‌ବ୍ରିଡ୍‌ ଗାଈ ରଖିବା ପାଇଁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏଥିସହ ୨୦ ହଜାର ଦୁଗ୍ଧ ଚାଷୀଙ୍କୁ ରିହାତିରେ ବାଛୁରୀ ଖାଦ୍ୟ ଯୋଗାଇଦିଆଯିବ। ୧ ଲକ୍ଷ ଚାଷୀ ଦୁଧିଆଳୀ ଗାଈର ବୀମା ପାଇଁ ସହାୟତା ପାଇବେ। ତେବେ କୁଲାଙ୍ଗେଙ୍କ କହିବାନୁସାରେ ରାଜ୍ୟ ବାହରର ବିଭିନ୍ନ ଘରୋଇ କମ୍ପାନୀ ଓଡ଼ିଶାର ଦୁଗ୍ଧଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରୁ ନ ଥିଲେ ମଧ୍ୟ ରାଜ୍ୟରେ ବିକ୍ରି କରିଛନ୍ତି। ସେହିପରି ଓମ୍‌ଫେଡ୍‌ ଦୁଗ୍ଧ ଓ ଦୁଗ୍ଧଜାତଦ୍ରବ୍ୟ ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ ସହ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ କିଛି ମାତ୍ରାରେ ଯାଉଥିବା କୁଲାଙ୍ଗେ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+