ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରଚଣ୍ଡ ଶବ୍ଦ ସହ ମୃଦୁ ଭୂମିକମ୍ପ ଅନୁଭୂତ

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ପାଖାପାଖି ଦିନ ସାଢେ ୧୨ଟା ସମୟରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି ।

କଳାହାଣ୍ଡି /ନବରଙ୍ଗପୁର: ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ପାଖାପାଖି ଦିନ ସାଢେ ୧୨ଟା ସମୟରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି । ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁରେ ମୃଦୁ ଭୂମିକମ୍ପ ଝଟକା ହୋଇଥିବା ଜଣାପଡ଼ିଛି।

Earthquake

ବିଶେଷ କରି ଜିଲ୍ଲାର ହଲଦି, ସନ୍ନମୁଣ୍ଡା ଓ ଚନ୍ଦାହାଣ୍ଡି ଇଲାକାରେ ଅନେକଙ୍କ ଘର ଫାଟିଥିବା ଦେଖିବାକୁ ମିଳିଛି । ପାଖାପାଖି ୧୪ଟି ପଞ୍ଚାୟତରେ ଭୂମିକମ୍ପର ଜଟକା ଅନୁଭଳତ ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ମୃଦୁ ଭୂମିକମ୍ପ ଯୋଗୁ ୬ରୁ ୭ ସେକେଣ୍ଡ ଥରି ଉଠିଥିଲା ଭୂପୃଷ୍ଠ। ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଥିଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ମଧ୍ୟାହ୍ନରେ ଚନ୍ଦାହାଣ୍ଡିରେ ଏକ ପ୍ରଚଣ୍ଡ ଶବ୍ଦ ହେବା ସହ ଘର ଥରିବାକୁ ଲାଗିଥିଲା । କିଛି ମାତ୍ର ସେକେଣ୍ଡ ପାଇଁ ଏପରି ଅନୁଭୂତ ହୋଇଥିଲା ।

ଭୂମିକମ୍ପର କେନ୍ଦ୍ର ବିନ୍ଦୁ ଜଣାପଡ଼ିନାହିଁ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+