ସ୍କୁଲ ଖୋଲିବାର ପ୍ରଥମ ଦିନରୁ ମିଳିବ ମଧ୍ୟାହ୍ନ ଭୋଜନ
ଭୁବନେଶ୍ୱର: ସ୍କୁଲ ଖୋଲିବାର ପ୍ରଥମ ଦିନରୁ ମିଳିବ ମଧ୍ୟାହ୍ନ ଭୋଜନ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି । ଯେପରି କୌଣସି ଛାତ୍ରଛାତ୍ରୀ ସେମାନଙ୍କ ହକରୁ ବଞ୍ଚିତ ନ ହୁଅନ୍ତୁ ସେଥିପ୍ରତି ପୁରା ଧ୍ୟାନ ଦେବାକୁ ସ୍କୁଲ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗ୍ରୀଷ୍ମ ଛୁଟି ଶେଷ ହେବା ପରେ ଜୁନ୍ ୧୮ ତାରିଖରେ ସମସ୍ତ ସ୍କୁଲ ଖୋଲିବା ପାଇଁ ଯାଉଛି ।

ସୂଚନା ଅନୁସାରେ, ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୬ ରୁ ୧୪ ବର୍ଷ ବୟସର ପ୍ରତିଟି ଛାତ୍ରଛାତ୍ରୀଙ୍କୁ ଅଧ୍ୟାହ୍ନ ଭୋଜନ ମିଳିବ । ତେବେ ଖରା ଛୁଟି ସରିବା ପରେ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ, ତେଲ, ଡାଲି ଏବଂ ସୋୟାବିନ୍ ସମେତ ମଧ୍ୟାହ୍ନ ଭୋଜନରେ ବ୍ୟବହାର ହେବା ପାଇଁ ଥିବା ସମସ୍ତ ସାମଗ୍ରୀ ଠିକ୍ ଅଛି କି ନାହିଁ ତାହାର ସଠିକ୍ ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ତେବେ ଯଦି ଖାଇବା ଜିନିଷ ନଷ୍ଟ ହୋଇଯାଇଛି ତେବେ ସବୁ ଫିଙ୍ଗି ଦେବା ପାଇଁ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications