Get Updates
Get notified of breaking news, exclusive insights, and must-see stories!

ବିଶ୍ୱବ୍ୟାପୀ ଠପ୍ ମାଇକ୍ରୋସଫ୍ଟ ସର୍ଭର; ଭୁବନେଶ୍ବରରେ ବି ବିମାନ ସେବା ପ୍ରଭାବିତ, ବିମାନ ଛାଡ଼ିବାରେ ବିଳମ୍ବ

ବିଶ୍ୱବ୍ୟାପୀ ଠପ୍ ହେଲା ମାଇକ୍ରୋସଫ୍ଟ ସର୍ଭର । ଭାରତ ସହ ଅନ୍ୟାନ୍ୟ ଦେଶ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ସେବା ଠପ୍ ହୋଇଥିବା ସୂଚନା ମିଳିଛି ।

ସାଇବର ସିକ୍ୟୁରିଟି ପ୍ଲାଟଫର୍ମ କ୍ରାଉଡଷ୍ଟ୍ରାଇକରେ ସମସ୍ୟା ଯୋଗୁଁ ସେବା ପ୍ରଭାବିତ ହୋଇଛି । ଇଣ୍ଡିଗୋ ଓ ସ୍ପାଇସଜେଟ୍ ଭଳି ଏୟାରଲାଇନ୍ସର କହିବାନୁସାରେ ସର୍ଭରରେ ସମସ୍ୟା ଯୋଗୁଁ ସେବା ବନ୍ଦ ହୋଇଯାଇଛି । ଏୟାରପୋର୍ଟରେ ଚେକ୍ ଇନ୍ ଓ ଚେକ୍ ଆଉଟ୍ ସୁବିଧା ବନ୍ଦ ହୋଇଛି । ବୁକିଂ ସେବା ମଧ୍ୟ ପ୍ରଭାବିତ ହୋଇଛି ।

ବ୍ୟାଙ୍କିଂ ସହ ବିମାନ ସେବା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବି ସେବା ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

flight departure

ଏପଟେ ଭୁବନେଶ୍ବରରେ ବି ବିମାନ ସେବା ପ୍ରଭାବିତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

ମାନୁଆଲ ଭାବେ ଯାତ୍ରୀଙ୍କ ଚେକ୍‌ ଇନ୍‌ ହେଉଛି । ମାନୁଆଲି ଦିଆଯାଉଛି ବୋର୍ଡିଂ ପାସ୍‌ । ଯାହାଫଳରେ ବିମାନ ଛାଡ଼ିବାରେ ବିଳମ୍ବ ହେଉଛି ବୋଲି କହିଛନ୍ତି ।

ଏହାର ସବୁଠାରୁ ଅଧିକ ପ୍ରଭାବ ଆମେରିକୀୟ ବିମାନ ସେବା ଉପରେ ପଡିଛି । ଆମେରିକାର ଅନେକ ଭାଗରେ ଜରୁରିକାଳୀନ ସେବା ୯୧୧ ମଧ୍ୟ ପ୍ରଭାବିତ ହୋଇଛି । ଏଥିଯୋଗୁଁ ନନ୍ ଏମରଜେନ୍ସି କଲ୍ ସେଣ୍ଟରର ସେବା ମଧ୍ୟ ପ୍ରଭାବିତ ହୋଇଛି । ଆମେରିକା ବ୍ୟତୀତ ଅଷ୍ଟ୍ରେଲିଆ ଓ ଜର୍ମାନୀରେ ମଧ୍ୟ ବ୍ୟାଙ୍କିଂ, ଟେଲିକମ୍, ମିଡିଆ ଆଉଟଲେଟ୍ ଏବଂ ଏୟାରଲାଇନ୍ସର ସେବା ପ୍ରଭାବିତ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+