Get Updates
Get notified of breaking news, exclusive insights, and must-see stories!

୪ ବର୍ଷ ମଧ୍ୟରେ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ: କୃଷ୍ଣଚନ୍ଦ୍ର ମହାପାତ୍ର

ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । ୨୦ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର । ମେଟ୍ରୋ ପ୍ରକଳ୍ପ ଲାଗି ୨୦୨୩-୨୪ରେ ୨୧୦ କୋଟି ମଞ୍ଜୁର ହୋଇଛି । ୨୦୨୪-୨୫ରେ ୧ ହଜାର କୋଟି ମଞ୍ଜୁର କରାଯାଇଛି। ୪ ବର୍ଷ ମଧ୍ୟରେ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ ।

ଟ୍ରାଫିକ୍ ଡାଇଭର୍ସନ ଯୋଜନା ଟ୍ରାଫିକ୍ ପୁଲିସ ଓ ଏ ସମ୍ବନ୍ଧୀୟ ଅନ୍ୟାନ୍ୟ ଅଧିକାରୀଙ୍କ ସମନ୍ବୟରେ କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହ ପରାମର୍ଶଦାତା ଭାବେ ଏକ ଚୁକ୍ତିନାମା ସ୍ବାକ୍ଷର କରାଯାଇଛି । ମେଟ୍ରୋ ଷ୍ଟେସନ ନିର୍ମାଣ କରିବାକୁ ଏକାନ୍ତ ବ୍ୟବସ୍ଥିତ ଯୋଜନା ଅନୁସାରେ କାର୍ଯ୍ୟ ଚାଲିଛି । ନୂଆ ସରକାର ପ୍ରକଳ୍ପର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ସହ ବୈଷୟିକ ପରାମର୍ଶଦାତାଙ୍କ ସହ ଆଲୋଚନା କରୁଛନ୍ତି । ମେଟ୍ରୋ ରେଳ ପ୍ରକଳ୍ପ ସମ୍ପର୍କିତ ବିଧାୟକ ପ୍ରତାପ କେଶରୀ ଦେବ ଓ ସାରଦା ପ୍ରସାଦ ନାୟକଙ୍କ ଭିନ୍ନ ଭିନ୍ନ ପ୍ରଶ୍ନରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହା କହିଛନ୍ତି ।

metro project

୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ରେଳ କାମ । ଏନେଇ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂଚନା ପୂର୍ବରୁ ମିଳି ସାରିଛି । ଭୂମି ଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଟ୍ରେନ୍‌ । ରାଜମହଲ, ଜୟଦେବବିହାର ଓ ବାରଙ୍ଗରେ ରହିବ ଅଧିକ ଉଚ୍ଚତା । ପ୍ରତି ୧୦ ମିନିଟ୍ ବ୍ୟବଧାନରେ ଚାଲିବ ମୋଟ୍ରୋ ଟ୍ରେନ୍ । ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା । ଏବେ ମେଟ୍ର ପ୍ରକଳ୍ପ ପାଇଁ ଚାଲିଛି ମାଟି ପରୀକ୍ଷା । ୫୦/୬୦ ଫୁଟ ତଳୁ ମାଟି ନେଇ ଲ୍ୟାବରେ ଚାଲିଛି ପରୀକ୍ଷା । ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ କାମ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+