ଆଜିଠୁ ବର୍ଷା, କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ !

ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ କେନ୍ଦ୍ରୀଭୂତ ହେଉଛି। କ୍ରମଶଃ ଏହା ଉତ୍ତର ଦିଗରେ ଗତି କରିବ। ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବ । ଆସନ୍ତା ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ରାୟଗଡ଼ାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି। ଜିଲାରେ ୧୭.୪ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ଛତ୍ରପୁର ମାଲକାନଗିରି, ପୁରୀ ଏବଂ ଗୋପାଳପୁରରେ ହାଲୁକା ବର୍ଷା ହୋଇଥିଲା ।

rain

ବୁଧବାର ମାଲକାନଗିରିରେ ହାଲୁକା ବର୍ଷା ହୋଇଥିବା ବେଳେ ଆକାଶରେ ମେଘଖଣ୍ଡ ରହିବା ହେତୁ ସର୍ବାଧିକ ତାପମାତ୍ରା ପ୍ରାୟ ଅଞ୍ଚଳରେ ୪୦ଡିଗ୍ରୀ ତଳେ ରହିଛି; କିନ୍ତୁ ବୌଦ୍ଧରେ ଦିନ ତାପମାତ୍ରା ବୃଦ୍ଧି ପାଇ ୪୨ଡିଗ୍ରୀ ଛୁଇଁଛି। ମାଲକାନଗିରି ଏବଂ ଟିଟିଲାଗଡ଼ରେ ଦିନ ତାପମାତ୍ରା ୩୯ଡିଗ୍ରୀ ଥିବାବେଳେ ବଲାଙ୍ଗିରରେ ୩୯.୮, ଭୁବନେଶ୍ବର ୩୫.୧ ଏବଂ କଟକରେ ୩୪.୮ ଡିଗ୍ରୀ ରହିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ, ହେଲେ ଝାରସୁଗୁଡ଼ା, ବଲାଙ୍ଗିର ଏବଂ ବୌଦ୍ଧ ଜିଲାର କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ରହିପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+