ଡବର୍ଷା ପ୍ରଭାବ ନେଇ ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ
କାଳବୈଶାଖୀ ସାଙ୍ଗକୁ ଝଡବର୍ଷା ପ୍ରଭାବ ନେଇ ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ । 40 ରୁ50 କିଲୋମିଟର ପ୍ରତି ଘଣ୍ଟା ବେଗରେ କାଳବୈଶାଖୀ ଜନିତ ପବନ ବହିବା ସହ ବିଜୁଳି ଘଡଘଡିର ସମ୍ଭାବନା ରହିଛି । ବିଶେଷ କରି ଓଡ଼ିଶାର ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ଆଗାମୀ ତିନି ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ଫସଲ ନଷ୍ଟ ହେବା ସହ ସାମାନ୍ୟ କ୍ଷୟକ୍ଷତି ମଧ୍ୟ ହେବା ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ କେତେକ ସ୍ଥାନରେ ମଧ୍ୟ ବର୍ଷା ଝଟକା ଝଟକା ପବନ ବହିବା ସହ ବିଜୁ ଘଡଘଡି ମଧ୍ୟ ହେବାର ସମ୍ଭାବନା ରହିଛି । ଏନେଇ ସେହି ଜିଲ୍ଲା ଗୁଡ଼ିକ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି ।

ଆଗାମୀ ୨୪ ଘଣ୍ଟା ପାଇଁ ମଧ୍ୟ ଭୁବନେଶ୍ୱର ଓ ଆଖପାଖ କଟକରେ ପାଣିପାଗ ମଧ୍ୟ ମେଘୁଆ ଆକାଶ ସହ ବିଜୁଳି ବା ଘଡଘଡି ହେବାର ସମ୍ଭାବନା ରହିଛି । ସର୍ବାଧିକ ୩୬ ଡିଗ୍ରୀ ପର୍ଯନ୍ତ ତାପମାତ୍ରା ସହ ସର୍ବନିମ୍ନ ୨୭ ଡିଗ୍ରି ହେବାର ସମ୍ଭାବନା ରହିଛି ।
ଫଳରେ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ଅନୁଭୁତି ହେବ । ପାଗରେ ଆଦ୍ରତା ଯଧ୍ୟ ରହିବ । ଏନେଇ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ୨୭.୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଏନେଇ ଆଦ୍ରତା ମଧ୍ୟ ସର୍ବାଧିକ ୯୧ ରହିଥିବା ବେଳେ ସର୍ବନିମ୍ନ ୬୭ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ୪.୭ ମିମି ବର୍ଷା ରେକର୍ଡ ହୋଇଛି ଭୁବନେଶ୍ୱରରେ ।












Click it and Unblock the Notifications