କିଛି ଘଣ୍ଟା ଭିତରେ ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

କିଛି ଘଣ୍ଟା ଭିତରେ ୭ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଏନେଇ କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ, ନୂଆପଡ଼ାକୁ ସତର୍କତା କରାଇଲା ପାଣି ପାଗ ବିଭାଗ। ବରଗଡ, ଦେବଗଡ଼, ନବରଙ୍ଗପୁରକୁ ମଧ୍ୟ କାଳବୈଶାଖୀ ସତର୍କତା

rain

ତାତିରେ ଲାଗିଛି ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ପ୍ରଭାବରେ ହ୍ରାସ ପାଇଛି ତାପମାତ୍ରା । ତିନି ଦିନ ଯାଏ ଗରମରୁ ତ୍ରାହି ମିଳିବ । ଆଗାମୀ ୨୪ ଘଣ୍ଚାରେ ୭ ଜିଲ୍ଲାରେ ହାଲୁକା ଓ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ମଧ୍ୟ ୨୧ ଜିଲ୍ଲାରେ ହାଲୁକା ଓ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୬ ଓ ୭ତାରିଖରେ ପାଗ ଶୁଖିଲା ରହିବ । ୮ତାରିଖରୁ ପୁଣି ଉତ୍ତର ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକ ବର୍ଷାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+