୪ ଜିଲ୍ଲାକୁ ୩ ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ରାଜ୍ୟର ୪ ଜିଲାକୁ ୩ ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏନେଇ ସତର୍କ ରବିବାର କରାଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ତେବେ ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଏବଂ କୋରାପୁଟ ଜିଲାକୁ ରହିଛି ସତର୍କତା।

rain
ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ଝଡ଼ତୋଫାନ ହେବା ସହ ବଜ୍ରପାତ ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର। କିଛି ଅଞ୍ଚଳରେ କୁଆପଥର ବର୍ଷା ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

ସେହିପରି ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଥିଲା। ଶନିବାର କଟକ ଓ ଭୁବନେଶ୍ୱର ସମେତ ରାୟଗଡା, କନ୍ଧମାଳ, ଗଞ୍ଜାମ, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବାରିପଦାରେ ସର୍ବାଧିକ ୪୦.୦ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ଖୋର୍ଦ୍ଧାରେ ୧୨ ମିମି, ନୟାଗଡ଼ରେ ୮ ମିମି, ଦାରିଙ୍ଗବାଡ଼ିରେ ୪ ମିମି, ତାଳଚେରରେ ୨.୨ ମିମି ଏବଂ ଅନୁଗୋଳରେ ୨.୦ ମି.ମି. ବର୍ଷା ରେକର୍ଡ କରାଯାଇଥିଲା। । ଅନ୍ୟପଟେ ଦିନବେଳା ଖରା ଓ ଗୁଳୁଗୁଳି ମଧ୍ୟ ଲୋକଙ୍କୁ ଅତିଷ୍ଠ କରୁଛି। ରାଜ୍ୟର ପ୍ରାୟ ୬ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରେକର୍ଡ କରାଯାଇଛି। ତେବେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+