ଘଡ଼ଘଡ଼ି ସହ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଆଗାମୀ ୩ ଘଣ୍ଟା ପାଇଁ ପ୍ରବଳ ବର୍ଷିବ କାଳବୈଶାଖୀ ବର୍ଷା । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସାଙ୍ଗକୁ ପବନର ସମ୍ଭେବନା । ଏନେଇ ୩ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଆଗାମୀ ୨ରୁ ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ୩ ଜିଲ୍ଲାରେ ଘଡ଼ଘଡ଼ି, ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା । ଏଥିପାଇଁ ଆଗୁଆ ସତର୍କ କରାଇଛି ପାଣିପାଗ ବିଭାଗ ।

ସେପଟେ ସକାଳୁ ସକାଳୁ ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆଜି ସକାଳ ୮.୩୦ ସୁଦ୍ଧା ଦିନ ତାପମାତ୍ରା ୩୩.୬ ଡିଗ୍ରୀ ଟପିଲା । ପୁରୀରେ ୩୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । କିନ୍ତୁ ଆର୍ଦ୍ରତା ୭୨.୬ ପ୍ରତିଶତ ରହିଛି । ଚାନ୍ଦବାଲିରେ ୩୨.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିବା ବେଳେ ଆର୍ଦ୍ରତା ୭୫.୪ ପ୍ରତିଶତ ରହିଛି । ଭୁବନେଶ୍ୱରରେ ତାପମାତ୍ରା ୩୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆର୍ଦ୍ରତା ୭୦ ପ୍ରତିଶତ ରହିଛି । ତେବେ ଝଡବର୍ଷାର ସମ୍ଭାବନା ଥିବାରୁ ତାତିରୁ ସାମାନ୍ୟ ତ୍ରାହି ମିଳୁଛି । ।












Click it and Unblock the Notifications