ପାଣିପାଗ ବିଭାଗଗ ପୂର୍ବାନୁମାନ, ରାଜ୍ୟରେ ବଢୁଛି ତାପମାତ୍ରା
ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି । ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୬ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥିବାବେଳେ କିଛି ସ୍ଥାନରେ ଦିନ ତାପମାତ୍ରାରେ ପ୍ରାୟ ୨ରୁ ୪ ଡିଗ୍ରୀ ବଢ଼ିଛି। ଗତ ୨୪ଘଣ୍ଟାରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଥିଲା। ସେହିପରି ସମତଳ ଅଞ୍ଚଳ ଭାବେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ଝାରସୁଗୁଡାରେ ୩୬ ଡିଗ୍ରୀ ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।













Click it and Unblock the Notifications