ଯୁକ୍ତ ୩ ନାମ ଲେଖା ପାଇଁ ଆଜି ପ୍ରକାଶ ପାଇଁ ପ୍ରଥମ ମେଧା ତାଲିକା

ଯୁକ୍ତ ୩ ନାମ ଲେଖା ପାଇଁ ଆଜି ପ୍ରକାଶ ପାଇବ ମେଧା ତାଲିକା । ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ନିମନ୍ତେ ମଙ୍ଗଳବାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ସାମ୍ସ ପୋର୍ଟାଲରେ ଏହା ଉପଲବ୍ଧ ହେବ। ୨୫ରୁ ୨୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ସ୍ଲାଇଡ୍‌ ଅପ୍‌ଶନ ଚୟନ କରିପାରିବେ।

Merit list for 3

ଏଥିସହିତ ମନୋନୀତ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ନାମଲେଖା ଫି' ଦାଖଲ କରିପାରିବେ। ୨୬ରୁ ୨୯ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ସେହିଭଳି ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୬ରୁ ୯ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ। ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ତୃତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ର ୧୬ରୁ ୧୯ତାରିଖ ଭିତରେ ନାମ ଲେଖାଇ ପାରିବେ। ଅଗଷ୍ଟ ୧ରୁ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୧,୦୫୬ଟି ଡିଗ୍ରୀ କଲେଜ ଥିବାବେଳେ ୨,୭୪,୧୫୧ ସିଟ୍‌ ରହିଛି। ଏଥିମଧ୍ୟରେ କଳାରେ ୧,୫୪,୮୨୮ ସିଟ୍‌ ଥିବାବେଳେ ପଦାର୍ଥ ବିଜ୍ଞାନରେ ୪୫,୦୭୧, ଜୈବବିଜ୍ଞାନରେ ୨୮,୨୨୮, ବାଣିଜ୍ୟରେ ୩୧,୯୬୪, ସେଲ୍‌ଫ ଫାଇନାନ୍ସିଂରେ ୪,୮୪୮ ଏବଂ ସଂସ୍କୃତରେ ୯,୨୧୨ ସିଟ୍‌ ରହିଛି। ତେବେ ଚଳିତବର୍ଷ ମୋଟ ୨,୩୭,୭୯୫ଜଣ ଛାତ୍ରୀଛାତ୍ର ନାମଲେଖା ପାଇଁ ଆବେଦନ କରିଛନ୍ତି। ଅର୍ଥାତ୍‌ ଏଥର ବି ନାମଲେଖା ପରେ ସିଟ୍‌ ବଳକା ପଡ଼ିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+