ରାଜ୍ୟରେ ତାତି ଛୁଇଁଲା ୪୫ ଡିଗ୍ରୀ,୨୬ ସହରର ତାପମାତ୍ରା ୪୦ ଡିଗ୍ରୀ
ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବହାରୁ ଆଜି ବି ମଧ୍ୟ ତ୍ରାହି ମିଳି ନାହିଁ । ରାଜ୍ୟରେ ପୁଣି ତାତି ଛୁଇଁଲା ୪୫ ଡିଗ୍ରୀ । ଆଜି ଟିଟିଲାଗଡରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ୨୬ଟି ସହର ରେ ତାପମାତ୍ରା ୪୦ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି ।
୪୫ଡ଼ିଗ୍ରି ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ହୋଇଥିବା ବେଳେ ବୌଦ୍ଧରେ ୪୪.୬ ଡିଗ୍ରି ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, କାଲିଠୁ ରାଜ୍ୟରେ ଖସିବ ତାତି । ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ସମ୍ଭାବନା ରହିଛି ।

୭ ତାରିଖରୁ ବଢିବ ବର୍ଷା ବିସ୍ତୃତି । ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପବନର ବେଗ ୩୦ରୁ ୪୦ ଓ ବଢି ୫୦ କିଲୋମିଟର ବି ଛୁଇଁପାରେ ।












Click it and Unblock the Notifications