ଖସୁଛି ପାରଦ; ୧୨ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା
ଖସୁଛି ପାରଦ, ବଢୁଛି ଶୀତ। ରାତି ବଢିଲେ ଶୀତ ବଢ଼ିବାରେ ଲାଗୁଛି। ଦିନରେ ଥଣ୍ଡାର ପ୍ରକୋପ ଅନୁଭବ ହେଉଥିବାବେଳେ ରାତିରେ ଏହା ଆହୁରି ବୃଦ୍ଧି ପାଇ ବିନା ଗରମ ପୋଷାକ କିମ୍ବା ବିନା ନିଆଁରେ ରହିବା କଷ୍ଟକର ହୋଇପଡୁଛି।
ଆଜି ୧୨ ଡିଗ୍ରୀ ତଳେ ରହିଛି ୧୩ ସହରର ତାପମାତ୍ରା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ ହୋଇଛି। ସେମିଳିଗୁଡାରେ ୭.୪, ଦାରିଙ୍ଗବାଡିରେ ୮, ଫୁଲବାଣୀରେ ୯ ଡିଗ୍ରୀ ତାପମାତ୍ରା ରହିଛି। ଏବଂ ଟ୍ବିନ୍ ସିଟିରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।













Click it and Unblock the Notifications