ତାତିରୁ ମିଳୁନି ତ୍ରାହି , ୪୩.୨ ସହ ତାଳଚେର ସବୁଠୁ ହେଲା ଉତ୍ତପ୍ତ ସହର
ଭୁବନେଶ୍ୱର:ରାତି ପାହିଲା ବେଳକୁ ଆରମ୍ଭ ହୋଇଯାଉଛି ଗୁଳୁଗୁଳି, ଆଉ ଘଣ୍ଟାଏ ପରେ ଆରମ୍ଭ ହୋଇଯାଉଛି ଗରମ । ଦିନ ବଢ଼ିବା ସହ ବଢୁଛି ତାତି । ଘରେ ରହିବା ଯେମିତି ମୁସ୍କିଲ ହେଉଛି, ବାହାରକୁ ବାହାରିଲେ ଅବସ୍ଥା ଆହୁରି ସାଂଘାତିକ ହୋଇ ପଡ଼ୁଛି । ଶରୀରରୁ ଗମ୍ଗମ୍ ଝାଳ ବାହାରିପଡୁଛି । ଦିନସାରା ତତଲା ଝାଞ୍ଜି ବହୁଛି ।
ଆଜି ରାଜ୍ୟର ୩୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଋହିଥିଲା। ଏଥିରେ ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ତାଳଚେର ସର୍ବାଧିକ ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ୪୧ ଟପିଲା ଟୁଇନ୍ ସିଟି । ଭୁବନେଶ୍ୱରରେ ତାପମାତ୍ରା ୪୧.୭ ଡିଗ୍ରୀ ଏବଂ କଟକ ପ୍ରଥମ ଥର ପାଇଁ ଚଳିତ ବର୍ଷ ୪୧.୫ ଡିଗ୍ରୀ ଛୁଇଁଲା ତାପମାତ୍ରା ।

ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଯାୟୀ, ତାଳଚେର ୪୩.୨, ନୂଆପଡା ୪୩, ପାରଳାଖେମୁଣ୍ଡି ୪୨.୮, ବୌଦ୍ଧ ୪୨.୮, ଅନୁଗୋଳ ୪୨.୭, ନୟାଗଡ ୪୨.୭, ବାରିପଦା ୪୨.୬, ଟିଟିଲାଗଡ ୪୨.୫, ଭବାନୀପାଟଣା ୪ ୧, ମାଲକାନଗିରି ୪୨ ଡିଗ୍ରୀ ସେଲସିୟସ୍ ରହିଛି ।
ଅନ୍ୟପଟେ ରାଜ୍ୟରେ ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀ ମାନଙ୍କୁ ଆରାମ ପ୍ରଦାନ କରିଛନ୍ତି ସରକାର । ରବିବାର ବ୍ୟତୀତ ବିଦ୍ୟାଳୟରେ ଚାରି ଦିନ ଅତିରିକ୍ତ ଛୁଟି ପାଇବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଏକ ନିର୍ଦ୍ଦେଶ ଦେଇଛନ୍ତି । କାଲିଠୁ ୨୦ ଯାଏଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । । ତେବେ ୨୧ ତାରିଖ ରବିବାର ହେତୁ ୨୨ ତାରିଖ ସୋମବାର ସ୍କୁଲ ଖୋଲିବ ।












Click it and Unblock the Notifications