୪୨ ଡିଗ୍ରୀରେ ଜଳିଲା ସମ୍ବଲପୁର
ରାଜ୍ୟରେ ଗତ କିଛିଦିନ ହେଲା ତାପମାତ୍ରା ବଢ଼ିବାରେ ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବୁଧବାର, ଗୁରୁବାର, ଶୁକ୍ରବାର ଭଳି ଶନିବାର ମଧ୍ୟ ପାରଦ ଉପର ମୁହାଁ ରହିଛି। ଏଭଳି ସ୍ଥିତିରେ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା। କାଲିଠୁ ଆଜି ତାତି ଅଧିକ ଅନୁଭୂତ ହେଉଛି। ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ହୋଇଛି। ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ ହୋଇଛି।













Click it and Unblock the Notifications