ସିଙ୍ଗାପୁରରୁ ଫେରିଲେ ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ମା ଓ ମାମୁ, କହିଲେ କଂପାନୀ କୌଣସି ପ୍ରକାର ସହଯୋଗ କ

ସିଙ୍ଗାପୁରରୁ ଫେରିଲେ ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ମା ଓ ମାମୁ। କଂପାନୀ କୌଣସି ପ୍ରକାର ସହଯୋଗ କଲାନି କହିଲେ ସାର୍ଥକଙ୍କ ମାମୁ। ଷ୍ଟାଫଙ୍କ ସହ କଥା କରାଇ ଦେଲେନି, ବାରମ୍ବାର ପ୍ରତିରୋଧ କରୁଥିଲେ। ଆମେ ସାର୍ଥକଙ୍କ ବାବଦରେ ପଚାରିବା ବେଳେ ପ୍ରତିରୋଧ କରୁଥିଲେ । କେବଳ ସାର୍ଥକଙ୍କ କ୍ୟାବିନ୍‌କୁ ଯିବାକୁ ଅନୁମତି ଦେଲେ। ଜାହାଜର ଅନ୍ୟ କୌଣସି ସ୍ଥାନକୁ ଆଦୌ ଛାଡ଼ିଲେନି। ମାତ୍ର ୨ ଘଣ୍ଟା ମଧ୍ୟରେ ଆମକୁ ଜାହାଜରୁ ଓହ୍ଲାଇ ଦେଲେ । ସବୁବେଳେ ସେମାନେ ଆମକୁ ଘେରି ରହୁଥିଲେ ବୋଲି କହିଛନ୍ତି ସାର୍ଥକଙ୍କ ମାମୁ।

Merchant Navy

ସାର୍ଥକଙ୍କ ସନ୍ଧାନରେ ଯାଇଥିବା ପରିବାର ଲୋକଙ୍କୁ ସିପିଂ କମ୍ପାନୀ 'ଆଙ୍ଗେ୍ଲା-ଇଷ୍ଟର୍ଣ୍ଣ' କର୍ତ୍ତୃପକ୍ଷ ଆଦୌ ସହଯୋଗ କରୁନାହାନ୍ତି । ତାଙ୍କ ମାମୁ ସନ୍ତୋଷ କୁମାର ସାହୁ କହିଛନ୍ତି, ପଶ୍ଚିମବଙ୍ଗରେ ସିପିଂ ସଂସ୍ଥାର ଏକ କାର୍ଯ୍ୟାଳୟ ଅଛି । ସେଠାରୁ ଏସ୍ ଦାସଗୁପ୍ତା ନାମକ ଜଣେ ଅଧିକାରୀ ଆମ ସହ ସିଙ୍ଗାପୁର ଆସିଛନ୍ତି । ସେ ଆମକୁ ଆଦୌ ସହଯୋଗ କରୁନାହାନ୍ତି । ସିପିଂ ସଂସ୍ଥା ଅଧିକାରୀଙ୍କୁ ଆମକୁ ମାତ୍ର ୨ ଘଣ୍ଟା ପାଇଁ ଜାହାଜରେ ଚଢ଼ିବାକୁ ଅନୁମତି ଦେଲେ । କେବଳ ସାର୍ଥକଙ୍କ କ୍ୟାବିନ୍ ଭିତରକୁ ନେଇଗଲେ । କ୍ୟାବିନ୍‌ରୁ ସାର୍ଥକର କିଛି ସାମଗ୍ରୀ ଗାଏବ୍ ଥିଲା । ସିସି କ୍ୟାମେରା ଫୁଟେଜ୍ ଅନୁସାରେ ସାର୍ଥକ ଘଟଣାଦିନ ଜାହାଜର ଯେଉଁ ଡେକ୍ ଏରିଆକୁ ଯାଇ ଗାଏବ୍ ହୋଇଯାଇଥିଲା । ସେଠାକୁ ଯିବାବେଳେ ଆମକୁ ବାରଣ କରାଗଲା । ଆମେ ନେହୁରା ହେବାରୁ ସିପିଂ ସଂସ୍ଥା ଅଧିକାରୀ ଆମକୁ ଧମକ ଦେଲେ । କହିଲେ, ଯଦି ଏମିତି ଜବରଦସ୍ତି କରିବେ । ଆମେ ଜାହାଜରୁ ଓହ୍ଲାଇଦେବୁ ।

ସାର୍ଥକଙ୍କ ମା' ରଶ୍ମିତା ଅଭିଯୋଗ କରିଛନ୍ତି ଯେ ଜାହାଜର ଆଇନଜୀବୀମାନେ ଆମ କଥା ଆଦୌ ଶୁଣୁନାହାନ୍ତି । ସେପଟେ ପୁଅକୁ ୧୫ ଦିନ ଧରି ଖାଇବା ପିଇବାରେ ହଇରାଣ କରାଯାଉଥିଲା । ଏହାର ଅର୍ଥ, ମୋ ପୁଅ ସହ ନିଶ୍ଚିତ ଭାବେ କିଛି ଅଘଟଣ ଘଟିଛି । ନଚେତ୍, ମଝି ଦରିଆରେ ଅନ୍ୟ ନାବିକମାନେ ତା'କୁ ନିର୍ଯାତନା ଦେଇଛନ୍ତି । ନିରପେକ୍ଷ ତଦନ୍ତ କଲେ, ସତ ସାମ୍ନାକୁ ଆସିବ । ଏନେଇ ସିଙ୍ଗାପୁରରେ ଅବସ୍ଥିତ ଭାରତୀୟ ହାଇ-କମିଶନ ଅଫିସରେ ଅଭିଯୋଗ କରିଥିଲେ। ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ତେବେ ହାଇକମିଶନର ବି ମାଆ ଓ ମାମୁୁଙ୍କୁ ଆଶ୍ୱସନା ଦେଇଛନ୍ତି । ଅନ୍ୟପଟେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବ ବୋଲି ହାଇକମିଶନ ଅଫିସରୁ ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+