ପ୍ରଥମ ଥର ପାଇଁ ନୀଳଗିରିକୁ ଗଡ଼ିବ ମେମୁ ଟ୍ରେନ; ଜାନୁଆରୀ ୫ରୁ ଗଡିବ ଟ୍ରେନ୍
ନୀଳଗିରି: ଜାନୁଆରୀ ୫ରୁ ନୀଳଗିରିକୁ ଗଡ଼ିବ ମେମୁ ଟ୍ରେନ । ପ୍ରଥମ ଥର ପାଇଁ ନୀଳଗିରିରୁ ମେମୁ ଟ୍ରେନ ଗଡ଼ିବ । ପ୍ରଥମ ଥର ମେମୁ ନୀଳଗିରିକୁ ଟ୍ରେନ ଚାଲିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ଆଗାମୀ ଜାନୁଆରୀ ମାସ ୫ ତାରିଖରେ ନୀଳଗିରି ଗୋପୀନାଥପୁର ସ୍ଥିତ ନବନିର୍ମିତ ରେଳ ଷ୍ଟେସନ ଲୋକାର୍ପିତ ହୋଇ ଯାତ୍ରୀବାହୀ ଟ୍ରେନ ଗଡିବାକୁ ଯାଉଛି । ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ପ୍ରଥମେ ୩ଟି ମେମୁ ଟ୍ରେନ ଗଡ଼ିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ପୂର୍ବରୁ ଡିସେମ୍ବର ୧ ତାରିଖ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ନୂତନ ଷ୍ଟେସନ ଲୋକାର୍ପଣ କରିବାକୁ ସ୍ଥିର କରିଥିଲେ । ତେବେ ଷ୍ଟେସନ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ହେତୁ ଏହା ସ୍ଥଗିତ ହୋଇଥିଲା ।

ବର୍ତ୍ତମାନ୍ ନବ ନିର୍ମିତ ଷ୍ଟେସନ ଘର, ଟିକେଟ କାଉଣ୍ଟର, ଯାତ୍ରୀ ବିଶ୍ରାମଗୃହ ଓ ଅନ୍ୟ ପାରିପାର୍ଶ୍ବିକ ଉନ୍ନୟନ କାମ ସରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବା ବେଳେ କେବଳ ଲୋକାର୍ପଣକୁ ଅପେକ୍ଷା କରିଛନ୍ତି ନୀଳଗିରିବାସୀ ।
ନୀଳଗିରିରୁ ବାଲେଶ୍ୱର ପର୍ଯ୍ୟନ୍ତ ପ୍ରାଥମିକ ପର୍ଯ୍ୟାୟରେ ତିନୋଟି ମେମୁ ଟ୍ରେନ୍ ଚାଲିବାକୁ ଥିବାବେଳେ ଆଗାମୀ ଦିନରେ ଏହି ଟ୍ରେନଟି ଜଗନ୍ନାଥଧାମ ପୁରୀ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।
ନୂତନ ଷ୍ଟେସନ ଲୋକାର୍ପଣ ଉତ୍ସବରେ ରେଳମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ମଙ୍ଗଳବାର ସାଂସଦ ପ୍ରତାପ ଷଡ଼ଙ୍ଗୀ ରେଳ ବିଭାଗର ଜେନେରାଲ ମ୍ୟାନେଜର, ଡିଆରଏମ ଓ ଅନ୍ୟ ଅଧିକାରୀଙ୍କ ସହ ଏକ ଜରୁରୀ ବୈଠକ କରିଛନ୍ତି ।
ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳକୁ ନୂଆବର୍ଷରୁ ଗଡିବ ପେସେଞ୍ଜର ଟ୍ରେନ । ଏନେଇ ଚୂଡାନ୍ତ ପ୍ରସ୍ତୁତି ସରିଥିବା ବେଳେ ରେଳ ବିଭାଗର ଉଚ୍ଚ ଅଧିକାରୀ ତଦନ୍ତ କରି ଫେରିଛନ୍ତି ।
ତେବେ ନୂଆବର୍ଷରେ ନୂଆ ଟ୍ରେନ ଭେଟି ପାଇବେ ନୀଳଗିରିବାସୀ । ଏହା ପରେ ସାରା ଅଞ୍ଚଳବାସୀଙ୍କ ମୁହଁରେ ହସ ଫୁଟିଛି ।












Click it and Unblock the Notifications