For Quick Alerts
Turn On Notification  
For Daily Alerts
Oneindia App Download

ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାର ସହ କଥା ହେଲ ମୁଖ୍ୟମନ୍ତ୍ରୀ: କହିଲେ, ଶହୀଦଙ୍କ ସ୍ମୃତିରେ ପ୍ରତିଷ୍ଠା ହେବ ସ୍ମାରକୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇଛନ୍ତି ।

|

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇଛନ୍ତି । ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ ବୋଲି କହିଛନ୍ତି । କୋଭିଡ ବିରୁଦ୍ଧରେ ଏହି ଲଢେଇରେ ଆମ ନିଶ୍ଚିୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ବାଢିଛନ୍ତି ।

ତେବେ ଶହୀଦ କୋଭିଡ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ । ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, "ଆପଣଙ୍କ ପରିବାରର ତ୍ୟାଗକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ । ୨୦୨୦ ଥିଲା ମାନବ ଇତିହାସର ଏକ ସଂକଟମୟ ବର୍ଷ । ସାରା ବିଶ୍ବ ସହ ଓଡିଶା ମଧ୍ୟ ଏହି ସଂକଟର ସାମନା କରିଛି ଏବଂ ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ନିଷ୍ଠା, ତ୍ୟାଗ ଓ ସେବା ଯୋଗୁ ଆମେ ଆଜି ଭଲ ସ୍ଥିତିରେ ରହିଛୁ । "

Chief Minister

ମୁଖ୍ୟମନ୍ତ୍ରୀ ଆହୁରୀ କହିଛନ୍ତି, ଦୁଃଖର କଥା ଯେ ଏହି ଯୁଦ୍ଧରେ ଆମର ୧୦୦ରୁ ଅଧିକ କୋଭିଡ ଯୋଦ୍ଧା ଶହୀଦ ହୋଇଛନ୍ତି । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ଆପଣମାନଙ୍କ ସହିତ ଅଛନ୍ତି । ଏ ଶୂନ୍ୟତା କେବେ ବି ପୂରଣ କରିହେବ ନାହିଁ । ଆମେ କେବଳ ଆପଣମାନଙ୍କୁ ଏତିକି ସହାୟତା କରିପାରିବୁ ଯେଉଁଥିରେ ସେମାନଙ୍କୁ ପରିବାରର ସଦସ୍ୟଙ୍କ ପରଲୋକ ଯୋଗୁ ଯେପରି ଆପଣଙ୍କ ପରିବାର କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି । ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ।

ମାଲକାନଗିରି, କଟକ, ବରଗଡ, ବାଲେଶ୍ବର ଓ ଗଞ୍ଜାମରେ ଉପସ୍ଥିତ ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାର ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଶହୀଦ ମାନଙ୍କ ପରିବାରବର୍ଗ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା ଓ ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
memorial will bulit in Memory Of Covid warrior: Chief Minister
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X