୨୭ ତାରିଖରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ, SOP ଉପରେ ହେବ ଆଲୋଚନା

ଆଗାମୀ ୨୭ ତାରିଖ ଦିନ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟି ବୈଠକ ପୁରୀରେ ଅନୁଷ୍ଠିତ ହେବ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ତଥା କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସେଥିରେ ଅଧ୍ୟକ୍ଷତା କରିବେ। ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗୁଡିକର ଗଣତି ମଣତି ପାଇଁ ସେଥିରେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ତାହାକୁ ପଠାଯିବ।

Ratnabhandar

ସରକାର ସବୁଜ ସଂକେତ ଦେବାପରେ ଭିତର ଓ ବାହାର ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାର ଗୁଡିକର ଗଣତି ମଣତି କରାଯିବ। ୨୭ ତାରିଖ ବୈଠକରେ ଏଥିନେଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ। ସେଥିରେ ଯୋଗଦେବା ପାଇଁ ଅନ୍ୟ ସଦସ୍ୟ ଓ ବିଭାଗୀୟ ଅଧିକାରୀଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ଆଗାମୀ ୨୭ ତାରିଖର ବୈଠକ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+