Get Updates
Get notified of breaking news, exclusive insights, and must-see stories!

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ; ହୋଇପାରେ କୃଷି ସମ୍ପର୍କିତ ବଡ଼ ଘୋଷଣା !

ଲୋକସେବା ଭବନରେ ଗୁରୁବାର ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ରୂପରେଖକୁ ଅନୁମୋଦନ କରାଯିବ।

ଆସନ୍ତା ୨୫ ତାରିଖରେ ଏହି ବଜେଟକୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରିବେ। ଏଥିସହ ଅନ୍ୟ କେତେକ ପ୍ରସ୍ତାବକୁ ମଧ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିବା ସମ୍ଭାବନା ରହିଛି।

ଅନ୍ୟପଟେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଆଜି ବସିପାରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ସାଢ଼େ ୧୦ଟାରେ କ୍ୟାବିନେଟ୍ ବୈଠକ ବସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

meeting of state cabinet today

ଆସନ୍ତା ୨୨ ତାରିଖରୁ ଅଗଷ୍ଟ ୧୨ ଯାଏଁ ସଂସଦର ଅଧିବେଶନ ଚାଲିବାକୁ ଥିବା ବେଳେ, ଜୁଲାଇ ୨୩ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ପୂର୍ବରୁ ଆଜିର କ୍ୟାବିନେଟ୍ ବୈଠକ ଖୁବ୍ ଗୁରୁତ୍ବ ବହନ କରୁଛି। ଆଜି ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ସନ୍ଧ୍ୟା ୬ଟା ବେଳେ ଏହି କାର୍ଯ୍ୟକ୍ରମ ରହିଛି। ସେପଟେ ଆସନ୍ତା ୨୧ ତାରିଖରେ ଉଭୟ ଗୃହର ସାଂସଦ ମାନଙ୍କ ସହ ବୈଠକ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+