ଓଡ଼ିଶାରେ ଜାତୀୟ ଫୋରେନ୍‌ସିକ୍‌ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବୈଠକ

ଓଡ଼ିଶାର ଜଟଣୀଠାରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଅଗ୍ରଗତି ନେଇ ସମୀକ୍ଷା କରି ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଶ୍ରୀ ସାହୁ ଭୁବନେଶ୍ୱରରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU)ର ସ୍ଥାୟୀ କ୍ୟାମ୍ପସ ସ୍ଥାପନର ପ୍ରଗତି ଏବଂ NFSUର ବର୍ତ୍ତମାନ କାର୍ଯ୍ୟକଳାପ ଓ ଭବିଷ୍ୟତ ଯୋଜନା ସମ୍ପର୍କିତ ଆଲୋଚନା ସହ ଓଡ଼ିଶାରେ ଅପରାଧ ବିଧି ବିଜ୍ଞାନର କ୍ଷମତା ବୃଦ୍ଧି କରି ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ କରିବା ଉଦେଶ୍ୟରେ ବିଶେଷ ଆଲୋଚନା କରିଥିଲେ।

odisha secre

ଏତଦ୍ ବ୍ୟତୀତ NFSUର ସହାୟତାରେ ଓଡ଼ିଶା ଅପରାଧ ବିଧି ବିଜ୍ଞାନଗାରରେ ବିଚାରଧୀନ ନମୁନା ସଂଖ୍ୟା ହ୍ରାସ କରିବା ସହ ଓଡ଼ିଶା ଅପରାଧ ବିଧି ବିଜ୍ଞାନଗାରର ଅଧିକାରୀ, ପୁଲିସ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ପାଇଁ NFSUଦ୍ୱାରା ଉନ୍ନତ ମାନର ପ୍ରଶିକ୍ଷଣ ପ୍ରଦାନ ଉପରେ ମଧ୍ୟ ବିଶେଷ ଆଲୋଚନା କରାଯାଇଥିଲା।

ବୈଠକରୁ ଜଣାପଡ଼ିଛି ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜଟଣୀର ଗଉଡ଼କାଶିପୁର ଓ ଅଳକାରଠାରେ ଏକ ସ୍ଥାନ ଯୋଗାଇ ଦିଆଯାଇଛି । ଏହା ଗୁଜୁରାଟର ଅହମଦାବାଦଠାରେ ଥିବା ଜାତୀୟ ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର ଏକ ଶାଖା ଜଟଣୀଠାରେ ପ୍ରତିଷ୍ଠା କରାଯାଉଅଛି ।

କିନ୍ତୁ ବିଶ୍ୱବିଦ୍ୟାଳୟର ଗୃହ ନିର୍ମାଣରେ ସମୟ ଲାଗୁଥିବାରୁ ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ଚଳିତ ବର୍ଷଠାରୁ ଏକ ଅସ୍ଥାୟୀ କ୍ୟାମ୍ପସ୍ରେ ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି ଏବଂ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହୋଇଛି । ଏହି ବିଶ୍ଵବିଦ୍ୟାଳୟ ୮ଜଣ ଅଧ୍ୟାପକ, ୧୧ଜଣ ପ୍ରଶାସନିକ ଅଧିକାରୀ, ୫ଜଣ ପିଏଚଡି ସ୍କଲାର ଦ୍ଵାରା ଚାଲୁଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+