ଆପ୍ ପକ୍ଷରୁ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ
ଆମ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଆଜି ଚନ୍ଦ୍ରଶେଖରପୁର ବିଏମସି କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଭୁବନେଶ୍ବର: ଆମ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଆଜି ଚନ୍ଦ୍ରଶେଖରପୁର ବିଏମସି କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରୁ ଆସିଥିବା ପ୍ରାୟ ଏକ ହଜାର ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ଏବଂ ପାର୍ଟିର "ମିଶନ ଓଡିଶା " କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶପଥ ନେଇଥିଲେ ।

ଆପ ପ୍ରଭାରୀ ଏବଂ ଦିଲ୍ଲୀ କ୍ୟାଣ୍ଟର ବିଧାୟକ ବୀରେନ୍ଦ୍ର ସିଂହ କାଡିଆନ ସମ୍ମିଳନୀକୁ ସମ୍ବୋଧିତ କରିବା ସହିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲ ରାଷ୍ଟ୍ରୀୟ ରଣନୀତିରେ ଓଡ଼ିଶାର ଗୁରୁତ୍ୱପୂର୍ଣ ସ୍ଥିତିକୁ ଗ୍ରହଣ କରିଥିବାର ସୂଚନା ଦେଇଥିଲେ । ଆପର "ମେକ ଇଣ୍ଡିଆ ନମ୍ବର ୱାନ" ଅଭିଯାନରେ ସମସ୍ତ ଓଡ଼ିଶାବାସୀ ସାମିଲ ହେବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ଓଡ଼ିଶାର ପ୍ରତ୍ୟକ ଜିଲ୍ଲା ଗ୍ରସ୍ତ କରି ଆଗାମୀ ଦିନରେ ସଂଗଠକୁ ସୁଦୃଢ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି ଘୋଷଣା କରିଥିଲେ ।
ଆମ ଆଦମୀ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ନିଶିକାନ୍ତ ମହାପାତ୍ର କାର୍ଯ୍ୟକର୍ତ୍ତା ମାନଙ୍କୁ ଆଗାମୀ ଏକବର୍ଷ ସମ୍ପୂର୍ଣ୍ଣ ଭାବରେ ପାର୍ଟିର ସଂଗଠନ ନିର୍ମାଣରେ ସାମିଲ ହେବାପାଇଁ ଆହ୍ୱାନ ଜଣାଇଥିଲେ । ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାରର ଆନ୍ଦୋଳନକୁ ମଜବୁତ କରିବା ସହିତ ବନ୍ୟା ପ୍ରପୀଡ଼ିତ ଜିଲ୍ଲା ଗୁଡିକରେ କର୍ମୀମାନେ ସାଧ୍ୟମତେ ଜନତାର ସେବା କରିବା ପାଇଁ ଆଗେଇ ଆସିବା ପାଇଁ ସେ ନିବେଦନ କରିଥିଲେ ।
ଏହି ସମ୍ମିଳନୀରେ ପ୍ରତ୍ୟକ ଓଡିଶାବାସୀଙ୍କୁ ନୂତନ ଏବଂ ସମୃଦ୍ଧ ଓଡିଶା ଗଠନ ଆନ୍ଦୋଳନରେ ସାମିଲ ହେବା ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ଆହ୍ୱାନ ଦେଇଥିଲେ । ଓଡ଼ିଶାର କୃଷକ, ଶ୍ରମିକ, ଯୁବାବର୍ଗ, ମହିଳା, ବୁଦ୍ଧିଜୀବୀ, ଶିଳ୍ପପତି, ବଣିକ ଆଦି ସମସ୍ତେ ଏକାଠି ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ରାଜ୍ୟ ଯୁବମୋର୍ଚ୍ଚା ସଭାପତି ସୋମନାଥ ରାଉତ ମଞ୍ଚ ପରିଚାଳନା କରିଥିଲେ ଏବଂ ରାୟଗଡା ଜିଲ୍ଲା ସଭାପତି ଜନ୍ମେଜୟ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications