For Quick Alerts
Turn On Notification  
For Daily Alerts
Oneindia App Download

ଆପ୍ ପକ୍ଷରୁ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଆମ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଆଜି ଚନ୍ଦ୍ରଶେଖରପୁର ବିଏମସି କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।

|

ଭୁବନେଶ୍ବର: ଆମ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଆଜି ଚନ୍ଦ୍ରଶେଖରପୁର ବିଏମସି କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରୁ ଆସିଥିବା ପ୍ରାୟ ଏକ ହଜାର ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ଏବଂ ପାର୍ଟିର "ମିଶନ ଓଡିଶା " କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶପଥ ନେଇଥିଲେ ।

odisha meeting

ଆପ ପ୍ରଭାରୀ ଏବଂ ଦିଲ୍ଲୀ କ୍ୟାଣ୍ଟର ବିଧାୟକ ବୀରେନ୍ଦ୍ର ସିଂହ କାଡିଆନ ସମ୍ମିଳନୀକୁ ସମ୍ବୋଧିତ କରିବା ସହିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲ ରାଷ୍ଟ୍ରୀୟ ରଣନୀତିରେ ଓଡ଼ିଶାର ଗୁରୁତ୍ୱପୂର୍ଣ ସ୍ଥିତିକୁ ଗ୍ରହଣ କରିଥିବାର ସୂଚନା ଦେଇଥିଲେ । ଆପର "ମେକ ଇଣ୍ଡିଆ ନମ୍ବର ୱାନ" ଅଭିଯାନରେ ସମସ୍ତ ଓଡ଼ିଶାବାସୀ ସାମିଲ ହେବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ଓଡ଼ିଶାର ପ୍ରତ୍ୟକ ଜିଲ୍ଲା ଗ୍ରସ୍ତ କରି ଆଗାମୀ ଦିନରେ ସଂଗଠକୁ ସୁଦୃଢ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି ଘୋଷଣା କରିଥିଲେ ।

ଆମ ଆଦମୀ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ନିଶିକାନ୍ତ ମହାପାତ୍ର କାର୍ଯ୍ୟକର୍ତ୍ତା ମାନଙ୍କୁ ଆଗାମୀ ଏକବର୍ଷ ସମ୍ପୂର୍ଣ୍ଣ ଭାବରେ ପାର୍ଟିର ସଂଗଠନ ନିର୍ମାଣରେ ସାମିଲ ହେବାପାଇଁ ଆହ୍ୱାନ ଜଣାଇଥିଲେ । ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାରର ଆନ୍ଦୋଳନକୁ ମଜବୁତ କରିବା ସହିତ ବନ୍ୟା ପ୍ରପୀଡ଼ିତ ଜିଲ୍ଲା ଗୁଡିକରେ କର୍ମୀମାନେ ସାଧ୍ୟମତେ ଜନତାର ସେବା କରିବା ପାଇଁ ଆଗେଇ ଆସିବା ପାଇଁ ସେ ନିବେଦନ କରିଥିଲେ ।

ଏହି ସମ୍ମିଳନୀରେ ପ୍ରତ୍ୟକ ଓଡିଶାବାସୀଙ୍କୁ ନୂତନ ଏବଂ ସମୃଦ୍ଧ ଓଡିଶା ଗଠନ ଆନ୍ଦୋଳନରେ ସାମିଲ ହେବା ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ଆହ୍ୱାନ ଦେଇଥିଲେ । ଓଡ଼ିଶାର କୃଷକ, ଶ୍ରମିକ, ଯୁବାବର୍ଗ, ମହିଳା, ବୁଦ୍ଧିଜୀବୀ, ଶିଳ୍ପପତି, ବଣିକ ଆଦି ସମସ୍ତେ ଏକାଠି ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ରାଜ୍ୟ ଯୁବମୋର୍ଚ୍ଚା ସଭାପତି ସୋମନାଥ ରାଉତ ମଞ୍ଚ ପରିଚାଳନା କରିଥିଲେ ଏବଂ ରାୟଗଡା ଜିଲ୍ଲା ସଭାପତି ଜନ୍ମେଜୟ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
meeting held in Bhubaneswar by APP Today in chandra sekharpur kalyan mandap.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X