ଜଙ୍ଗଲ ନିଆଁ ଆୟତ୍ତ ପାଇଁ ବୈଠକ; ଫାୟାର ଲାଇନ୍ ୧୪ ଗୁଣ ବୃଦ୍ଧି

ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢୁଛି । ଜଙ୍ଗଲରେ ନିଆଁ ମଧ୍ୟ ବ୍ୟାପିବାରେ ଲାଗିଛି । ଚିନ୍ତାର ବିଷୟ ପାଲଟିଛି । ଜଙ୍ଗଲ ବିଭାଗ ପକ୍ଷରୁ ଗତକାଲି (ଶୁକ୍ରବାର) ସମସ୍ତ ବନ ଅଧିକାରୀଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା ।

ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସେନେଇ ବ୍ୟାପକ ପଦକ୍ଷେପ ନିଆଯାଇଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଫାୟାର ଲାଇନ ୧୪ ଗୁଣ ବୃଦ୍ଧି କାରାଯାଇଛି ।

ଅଭୟାରଣ୍ୟରେ ଅଗ୍ନିକାଣ୍ଡ ପ୍ରତିରୋଧ ପାଇଁ ବୈଠକ:

ରାଜ୍ୟରେ ବିଭିନ୍ନ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ପ୍ରତିରୋଧ ଓ ପରିଚାଳନକୁ ଦୃଢ଼ କରିବା ପାଇଁ ପିସିସିଏଫ ପ୍ରେମ କୁମାର ଝାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସି ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

ଏହି ବୈଠକରେ ବନ୍ୟପ୍ରାଣୀ ଡିଭିଜନ, ଅଭୟାରଣ୍ୟର ସମସ୍ତ ବନଖଣ୍ଡ ଅଧିକାରୀଙ୍କ ସହିତ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ବନଖଣ୍ଡ ଅଧିକାରୀ ଅଂଶଗ୍ରହଣ କରିଥିଲେ ।

ଜଙ୍ଗଲ ନିଆଁକୁ ନେଇ ପ୍ରମୁଖ ପଦକ୍ଷେପ:

ଜଙ୍ଗଲ ନିଆଁ ପ୍ରଶମନ କ୍ଷେତ୍ରରେ ବିଭାଗ ପକ୍ଷରୁ କେତେକ ପ୍ରମୁଖ ପଦକ୍ଷେପ ନିଆଯାଇଛି । ସେଗୁଡିକ ମଧ୍ୟରେ ୨୦୨୩-୨୪ ରେ ୪୧ ଟି ସ୍କ୍ବାଡ ଗଠନ କରାଯାଇଥିବା ବେଳେ ୨୦୨୪-୨୫ ରେ ଏହାକୁ ଦ୍ବିଗୁଣିତ କରାଯାଇଛି ଅର୍ଥାତ ୯୦ କୁ ବୃଦ୍ଧି କରାଯାଇଛି।

ସେହିଭଳି, ଅଗ୍ନି ପ୍ରଶମନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ସଂଖ୍ୟା ୨୦୨୩-୨୪ ରେ ୨୦୫ ଥିବାବେଳେ ୨୦୨୪-୨୫ ରେ ୬୯୦କୁ ବୃଦ୍ଧି କରାଯାଇଛି । ୨୦୨୩ରେ ୪୧ ଟି ଅଗ୍ନି ନିର୍ବାପକ ଯାନ ରହିଥ‌ିବା ବେଳେଏହି ସଂଖ୍ୟା ୯୦କୁ ବୃଦ୍ଧି କରାଯାଇଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଫାୟାର ଲାଇନ ୧୪ ଗୁଣ ବୃଦ୍ଧି କାରାଯାଇଛି। ୨୦୨୪ରେ ସମୁଦାୟ ୭୩୮ କିଲୋମିଟର ଫାୟାର ଲାଇନ ଥ‌ିବା ବେଳେ ୨୦୨୫ ରେ ତାହା ୧୦୫୪୧ କିଲୋମିଟରକୁ ବୃଦ୍ଧି ହୋଇଛି ।

ମାର୍ଚ୍ଚ ୧୧ ତାରିଖ ସୁଦ୍ଧା ୪୫୯ଟି ଅଗ୍ନିକାଣ୍ଡ ଘଟିଛି:

ବନ ବିଭାଗର ବ୍ୟାପକ ପ୍ରସ୍ତୁତି ଯୋଗୁଁ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା ମଧ୍ଯ ଆଶାତୀତ ଭାବେ ହ୍ରାସ ପାଇଛି। ୨୦୨୪ରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ମୋଟ ୧୫୬୮ଟି ଅଗ୍ନିକାଣ୍ଡ ରେକର୍ଡ କରାଯାଇଥିବା ବେଳେ ଚଳିତ ମାର୍ଚ୍ଚ ୧୧ ତାରିଖ ସୁଦ୍ଧା ମାତ୍ର ୪୫୯ ଟି ଅଗ୍ନିକାଣ୍ଡ ଘଟିଥିବା ଚିହ୍ନଟ ହୋଇଛି । ତେବେ ବନ ବିଭାଗ ପକ୍ଷରୁ ମାନବ ସମ୍ବଳ, ଗାଡି, ଆବଶ୍ୟକ ଆର୍ଥିକ ସହାୟତା ଏବଂ ଯନ୍ତ୍ରପାତି ଆଦି ଉପକରଣ ଯୋଗାଇ ଦିଆଯାଉଥ‌ିବାରୁ ଅଗ୍ନିକାଣ୍ଡ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଛି।

Meeting for forest fire control

୨୦୨୪ରେ ଜଙ୍ଗଲରେ ମୋଟ ୧୫୬୮ଟି ଅଗ୍ନିକାଣ୍ଡ ରେକର୍ଡ
ମାର୍ଚ୍ଚ ୧୧ ସୁଦ୍ଧା ୪୫୯ଟି ଅଗ୍ନିକାଣ୍ଡ ଘଟିଛି

ରାଜ୍ୟ ସରକାର ବଜେଟରେ ଆର୍ଥିକ ବୃଦ୍ଧି:

ଜଙ୍ଗଲ ସୁରକ୍ଷାକୁ ନେଇ ୨୦୨୪ ବଜେଟ୍ ପରିମାଣ ଥିଲା ମାତ୍ର ୪୧୮.୮୧ ଲକ୍ଷ ଟଙ୍କା । ମାତ୍ର ଚଳିତ ବଜେଟରେ ଏହାକୁ ୧୪୨୧.୪୨ ଲକ୍ଷକୁ ବୃଦ୍ଧି କରିଛନ୍ତି । ଅଗ୍ନିକାଣ୍ଡକୁ ତୁରନ୍ତ ନିୟନ୍ତ୍ରଣ ଓ ନିରାକରଣ ପାଇଁ ବନ ବିଭାଗ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ଭାଗରେ ୫ଟି କ୍ୟାମେରା ଲଗାଯାଇଛି । ଏହା ଦ୍ବାରା ଅଗ୍ନିକାଣ୍ଡ ଘଟିବା ମାତ୍ରେ ସନ୍ଦେଶ ଦେଇପାରିବ । ତାହାକୁ ପ୍ରତିହତ କରିବା ବିଭାଗ ପାଇଁ ସହଜ ହୋଇପାରିବ । ସେହିପରି ତୃଣମୂଳସ୍ତରେ ଅଗ୍ନିକାଣ୍ଡ ନିର୍ବାପନ ପାଇଁ ସହାୟତା କରିବାକୁ ସମଗ୍ର ରାଜ୍ୟରେ ମୋଟ ୧୦୨୬ ଟି ବ୍ଲେ।ଅର ମେସିନ ଉପଲବ୍ଧ ରହିଛି ।

ଚିଡ଼ିଆଖାନା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା:

ରାଜ୍ୟରେ ଥ‌ିବା ଛୋଟ ଛୋଟ ଚିଡିଆଖାନା ଗୁଡିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଠାରେ ଅଗ୍ନି ନିର୍ବାପକ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ଆସୁଥ‌ିବାରୁ ବନ୍ୟପ୍ରାଣୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବା ସହ ଚିଡିଆଖାନା ପରିଚାଳନା ମାନଙ୍କ (ଏସଓପି) ଅନୁଯାୟୀ ସମସ୍ତ କାର୍ଯ୍ୟ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ଅଭୟାରଣ୍ୟ ଗୁଡ଼ିକୁ ସୁରକ୍ଷା ଦେବା ପାଇଁ, ରାଜ୍ୟର ସମସ୍ତ 'ଜୁ'ରେ ଅଗ୍ନିନିର୍ବାପନ ଉପକରଣ ବୃଦ୍ଧି, ନିରନ୍ତର ନିରୀକ୍ଷଣ ଓ ତ୍ବରିତ କାର୍ଯ୍ୟାନ୍ବୟ ଦଳ ଗଠନର ବିଶେଷ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ସତର୍କତା ଓ ନିରୀକ୍ଷଣକୁ ବଢ଼ାଇବା, ବିଭିନ୍ନ ସଂସ୍ଥା ସହ ମିଳିତ କାର୍ଯ୍ୟକ୍ଷମତା ବୃଦ୍ଧି କରିବା, ସ୍ଥାନୀୟ ଲୋକଙ୍କୁ ଅଗ୍ନିକାଣ୍ଡ ପ୍ରତିରୋଧରେ ସାମିଲ ହେବା ପାଇଁ ଉତ୍ସାହିତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ।

ଅତ୍ୟାଧୁନିକ AI କ୍ୟାମେରାରୁ ଜଣାପଡ଼ିବ ଜଙ୍ଗଲ ନିଆଁ:

ପୂର୍ବରୁ ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ SNPP ଓ ମୁଡିସ ଭଳି ଦୁଇଟି ସାଟେଲାଇଟ୍ ମାଧ୍ୟମରେ ଦିନକୁ ୪ ଥର ଜଙ୍ଗଲ ନିଆଁ ଖବର ପଠାଉଥିଲେ । ନିଆଁ ଲାଗିବାର ୩ରୁ ୬ ଘଣ୍ଟା ମଧ୍ୟରେ ଖବର ମିଳୁଥିଲା । କିନ୍ତୁ ଅତ୍ୟାଧୁନିକ ଏଆଇ କ୍ୟାମେରାକୁ କେବଳ 5 ମିନିଟ ସମୟ ଲାଗିବ । AI କ୍ୟାମେରା ପ୍ରାକୃତିକ ନିଆଁ ଓ କୃତ୍ରିମ ଲାଇଟ ମଧ୍ୟରେ ଥିବା ପ୍ରଭେଦକୁ ଜାଣି ପାରୁଥିବାରୁ ନିଆଁ ସମ୍ପର୍କିତ ବାସ୍ତବ ତଥ୍ୟ ବନ ବିଭାଗ ପାଇବ । ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟ ଜଙ୍ଗଲରେ ମଧ୍ୟ ଅତ୍ୟାଧୁନିକ AI କ୍ୟାମେରା ଲଗାଯିବ । ଏବେ ରାଜ୍ୟର ଜଙ୍ଗଲରେ ନିଆଁ ଅଳ୍ପ ଲାଗିବା ଆରମ୍ଭ ହୋଇଛି । ମାର୍ଚ୍ଚ ଓ ଏପ୍ରିଲରେ ଏହା ପିକ୍‌ରେ ପହଞ୍ଚିଥାଏ ।

ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ୪ ବର୍ଷର ତଥ୍ୟ:

2022ରେ 28,755ଟି ସ୍ଥାନରେ ନିଆଁ ଲାଗିଥିଲା, 26,348 ସ୍ଥାନରେ ଆୟତ୍ତ
2023ରେ 36,713ଟି ସ୍ଥାନରେ ଚିହ୍ନଟ, 36,321 ସ୍ଥାନରେ ନିଆଁ ଆୟତ୍ତ
2024ରେ 22,868 ସ୍ଥାନରେ ନିଆଁ ଲାଗିଥିବାବେଳେ 22,837 ସ୍ଥାନରେ ନିଆଁ ଆୟତ୍ତ
2025 ଫେବୃଆରୀ ସୁଦ୍ଧା 2813 ସ୍ଥାନରେ ନିଆଁ ସନ୍ଧାନ, 2802 ସ୍ଥାନରେ ନିଆଁ ଆୟତ୍ତ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+