Get Updates
Get notified of breaking news, exclusive insights, and must-see stories!

ବାତ୍ୟା ସହ କୋଭିଡ ଚ୍ୟାଲେଞ୍ଜ: ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଗଲେ ଡାକ୍ତରୀ ଦଳ

ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ବାଲେଶ୍ବର ଓ ଭଦ୍ରକକୁ ଅତିରିକ୍ତ ଡାକ୍ତର ପଠାଇଛନ୍ତି ରାଜ୍ୟ ସରକାର । ବାତ୍ୟାବେଳେ କୋଭିଡ୍ ସୁପରିଚାଳନା ପାଇଁ ଏହି ଦୁଇ ଜିଲ୍ଲାକୁ ୨୮ ଜଣ ଡାକ୍ତରଙ୍କୁ ପଠାଯ଼ାଇଛି ।

ଭୁବନେଶ୍ବର: ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ବାଲେଶ୍ବର ଓ ଭଦ୍ରକକୁ ଅତିରିକ୍ତ ଡାକ୍ତର ପଠାଇଛନ୍ତି ରାଜ୍ୟ ସରକାର । ବାତ୍ୟାବେଳେ କୋଭିଡ୍ ସୁପରିଚାଳନା ପାଇଁ ଏହି ଦୁଇ ଜିଲ୍ଲାକୁ ୨୮ ଜଣ ଡାକ୍ତରଙ୍କୁ ପଠାଯ଼ାଇଛି । ଏହି ଡାକ୍ତରଙ୍କ ମଧ୍ୟରୁ ୮ ଜଣ ପୋଷ୍ଟ ପିଜି ଡାକ୍ତର ଓ ୨୦ ଜଣ ଇଣ୍ଟର୍ନ ଡାକ୍ତର ରହିଛନ୍ତି ।

medical team

୮ ଜଣ ପୋଷ୍ଟ ପିଜି ଡାକ୍ତରଙ୍କ ମଧ୍ୟରୁ ୪ ଜଣ ଲେଖାଏଁ ଭଦ୍ରକ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲାକୁ ଯ଼ିବେ । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥାପିତ କରାଯ଼ାଇଛି । ସେହିପରି ୨୦ ଜଣ ଇଣ୍ଟର୍ନ ଡାକ୍ତରମାନଙ୍କୁ ୧୦ ଜଣ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ୧୦ ଜଣଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଯ଼ାଇଛି ।

ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ବାଲେଶ୍ୱର ପାଖାପାଖି ଅଞ୍ଚଳରେ ବାତ୍ୟା 'ୟାସ୍‌' ଲ୍ୟାଣ୍ଡଫଲ୍‌ କରିବ। ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହେବ। ଯାହାକୁ ଲକ୍ଷ୍ୟ କରି ସମୁଦ୍ର କୂଳିଆ ଓ ମାଟି ଘରେ ଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ କାଲି ସନ୍ଧ୍ୟା ପୂର୍ବରୁ ସ୍ଥାନାନ୍ତରିତ କରାଯିବ। କୋଭିଡ୍‌ ମହାମାରୀ ଭିତରେ ବାତ୍ୟା ପ୍ରଭାବିତଙ୍କୁ ସ୍ଥାନାନ୍ତରିତ କରିବା ରାଜ୍ୟ ସରକାରଙ୍କ ପାଇଁ କାଠିକର ପାଠ ହେବ। ବାତ୍ୟାସ୍ଥଳରେ ପ୍ରଭାବିତଙ୍କୁ ସାମାଜିକ ଦୂରତା ବଜାୟ କରି ରଖିବା ଓ ଲୋକଙ୍କୁ ଡବ୍‌ଲ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଅପିଲ୍‌ କରିଛି।

ବାତ୍ୟା ସମୟରେ ଓ ବାତ୍ୟା ପରେ ସ୍ଥିତି ଭୟଙ୍କର ହେବ ବୋଲି ଆଶା କରାଯାଉଛି। ଏପରି ସମୟରେ କୋଭିଡ୍‌ ସୁପରିଚାଳନା ପାଇଁ ଡାକ୍ତରମାନଙ୍କୁ ନିୟୋଜିତ କରାଯିବ। ସେଥିପାଇଁ ରାଜ୍ୟ ସରକାର ଆଗୁଆ ୨୮ ଡାକ୍ତରଙ୍କୁ ପଠାଇଛନ୍ତି। ପରେ ଆଉ କିଛି ଡାକ୍ତର ପଠାଇବାକୁ ଯୋଜନା କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+