୩୦ ଜିଲ୍ଲାରେ ମେଡିକାଲ କଲେଜ, ୫ ହଜାର ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ: ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ଏସବୁ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବ । ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Health Minister

ଆଜି ବିଧାନସଭାର ଶୀତକାଳୀନ ଅଧିବେଶନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟରେ ଡାକ୍ତର ଅଭାବ ଥିବା ନେଇ ଗୃହରେ ସ୍ୱୀକାର କରିଛନ୍ତି । ଏହା ସହ ସେ କହିଛନ୍ତି, ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ । ୩୦୦୦ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ । ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞାପନ ପ୍ରକାଶ କରିବେ । ଖୁବଶୀଘ୍ର ୫ ହଜାର ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ ।

ରାଜ୍ୟର ଏବେ ବି ୧୪ ଜଣ ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟରରେ ରହୁଛନ୍ତି । ପୂର୍ବତନ ବିଧାୟକ ଅମର ଶତପଥୀ, ମହେଶ ସାହୁ, ମଞ୍ଜୁଳା ସ୍ୱାଇଁ, ପ୍ରଦୀପ୍ତ କୁମାର ନାୟକ, ରମେଶ ଚନ୍ଦ୍ର ସାଏ, ସାଲୁଗା ପ୍ରଧାନ, ଶଙ୍କର ଓରାମ୍, ପ୍ରୀତିରଞ୍ଜନ ଘଡେଇ, ସ୍ୱଗତଃ ବେଦପ୍ରକାଶ ଅଗ୍ରଓ୍ୱାଲ, କିଶୋର ତରାଇ, ସୁବାସ ପାଣିଗ୍ରାହୀ ଏବଂ ଅଳକା ମହାନ୍ତି ଏଯାଏଁ କ୍ୱାର୍ଟର ଛାଡିନାହାଁନ୍ତି । ଏହାବାଦ୍ ପୂର୍ବତନ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କ୍ୱାର୍ଟରରେ ରହିବା ପାଇଁ ଆବେଦନ କରିଛନ୍ତି ବୋଲି ନିଜର ଉତ୍ତରରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସୂଚନାଯୋଗ୍ୟ ଯେ, ଅନେକ ସମୟରେ ବିଧାୟକଙ୍କ କ୍ୱାର୍ଟରକୁ ନେଇ ଚର୍ଚ୍ଚା ହୁଏ । ଏବେ ବି ଅନେକ ନୂଆ ବିଧାୟକ ସରକାରୀ କ୍ୱାର୍ଟର ନପାଇ ରାଜ୍ୟ ଅତିଥି ଭବନରେ ରହୁଛନ୍ତି, ନଚେତ୍ ପରିବାର ସହ ହୋଟେଲ୍ ବୁକ୍ କରି ରହୁଥିବା ଖବର ଆସୁଛି । ହେଲେ ଏପଟେ କିନ୍ତୁ କ୍ୱାର୍ଟର ଛାଡୁନାହାଁନ୍ତି ପୂର୍ବତନ ବିଧାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+