ମେଡିକାଲରେ ବଢିବ ବେଡ୍ ସଂଖ୍ୟା; ୪୫ରୁ ୫୦ ହଜାରକୁ ବେଡ୍ ବଢାଇବା ନେଇ ଯୋଜନା
ରାଜ୍ୟରେ ବଢିବ ମେଡିକାଲରେ ବେଡ୍ ସଂଖ୍ୟା । ରାଜ୍ୟର ସବୁ ସରକାରୀ ମେଡିକାଲରେ ବେଡ୍ ସଂଖ୍ୟା ବୃଦ୍ଧି ପାଇବ । ଏବେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ୨୮ ହଜାର ବେଡ୍ ଅଛି । ହସ୍ପିଟାଲ ବେଡ୍ ସଂଖ୍ୟା ୪୫ରୁ ୫୦ ହଜାରକୁ ବଢାଇବାକୁ ଯୋଜନା କରାଯାଇଛି । ଏଣିକି ସବୁ ପିଏଚସି ଓ ସିଏଚ୍ସିରେ ବେଡ୍ ସଂଖ୍ୟା ମଧ୍ୟ ବଢିବ ।
ସେହିପରି ସବୁ PHCରେ ୨୪ ଘଣ୍ଟିଆ ସେବା ପାଇଁ ୬ଟି ବେଡ୍ ରହିବ । ରାଜ୍ୟରେ ନୂତନ ୩୦୬ PHC ଖୋଲିବାକୁ ଯୋଜନା ରହିଛି । ବର୍ତ୍ତମାନ ରାଜ୍ୟରେ ୧୨୩୬ଟି PHC ରହିଛି ।
ସେହିପରି CHCରେ ବେଡ ସଂଖ୍ୟା ବଢ଼ିବ । ପ୍ରତି CHCରେ ୩୦ ଲେଖାଏଁ ବେଡ଼ ରହିବ । PHS ୨୦୨୨ ନିୟମ ଅନୁସାରେ ଏ ସବୁ କାମ ପର୍ଯ୍ୟାୟ ଅନୁସାରେ କରାଯିବ । ପ୍ରତି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩୦୦ ଲେଖାଏଁ ବେଡ ପାଇଁ କାମ ଚାଲିଛି । ଏହା ସହ ଡାକ୍ତର ସଂଖ୍ୟା ବି ବଢିବ । ଏବେ ୧୧ଟି ମେଡିକାଲ କଲେଜ ଅଛି । ହସ୍ପିଟାଲ ଓ ମେଡିକାଲ କଲେଜ ବଢିବା ସହ ଡାକ୍ତର ସଂଖ୍ୟା ବି ବଢିବ ।

ବର୍ତ୍ତମାନ ରାଜ୍ୟରେ ୧୧୬ UPHC, ୭୫ CHC, ୭ UCHC, ୩୨ ଲେଖାଏଁ ଉପଜିଲ୍ଲା ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରହିଛି ।
ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩୦୦ ଲେଖାଏଁ ବେଡ୍ ପାଇଁ କାମ ଚାଲିଛି । ହସ୍ପିଟାଲ ଓ ମେଡିକାଲ କଲେଜ ସହ ଡାକ୍ତର ସଂଖ୍ୟା ବଢିବ । ଏ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।












Click it and Unblock the Notifications