ୱେଭସ୍ ନିମନ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କ ପଞ୍ଜୀକରଣ ଆଉ ତିନିଦିନ ସମୟ ସୀମା ବଢିଲା

ଗଣମାଧ୍ୟମ ପ୍ରତିନିଧିମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି, ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ଓ୍ବେଭ୍ସ) ୨୦୨୫ ନିମନ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କ ପଞ୍ଜୀକରଣ ଆଉ ତିନିଦିନ - ୨୧ ଏପ୍ରିଲ (ସୋମବାର), ୨୨ ଏପ୍ରିଲ (ମଙ୍ଗଳବାର) ଏବଂ ୨୩ ଏପ୍ରିଲ (ବୁଧବାର) ପାଇଁ ପୁଣି ଖୋଲାଯାଉଛି। ୧ ରୁ ୪ ମଇ, ୨୦୨୫ରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ସବୁଠାରୁ ପ୍ରତୀକ୍ଷିତ ମିଡିଆ ଏବଂ ମନୋରଞ୍ଜନ (ଏମଏଣ୍ଡଇ) ଇଭେଣ୍ଟରେ ଆବେଦନ କରିବା ଏବଂ ଏଥିରେ ଅଂଶଗ୍ରହଣ କରିବା ପାଇଁ ଗଣମାଧ୍ୟମ ପେସାଦାର, ଫଟୋଗ୍ରାଫର ଏବଂ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟରମାନଙ୍କ ପାଇଁ ଏହା ଶେଷ ସୁଯୋଗ। ଆପଣଙ୍କର କଭରେଜ୍ ବିଶ୍ୱ ପ୍ଲାଟଫର୍ମରେ ଭାରତର ସୃଜନଶୀଳ ଅର୍ଥନୀତିକୁ ପ୍ରେତ୍ସାହନ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପଞ୍ଜୀକରଣ ଲିଙ୍କ୍: https://app.wavesindia.org/register/media

ଯଦି ଆପଣ ପୂର୍ବର ଶେଷ ତାରିଖ ସୁଦ୍ଧା ଆବେଦନ କରିପାରିନାହାନ୍ତି, ତେବେ ମନୋରଞ୍ଜନର ଭବିଷ୍ୟତକୁ ଗଠନ କରୁଥିବା ଶିଳ୍ପ ପେସାଦାରମାନଙ୍କ ସହିତ ସ୍ୱତନ୍ତ୍ର ଅଧିବେଶନ, ନେଟୱାର୍କିଂ ସୁଯୋଗ ଏବଂ ଏକାକୀ ଅଧିବେଶନ ପାଇଁ ଆବେଦନ ଏବଂ ପଞ୍ଜୀକରଣ କରିବାର ଏହା ଶେଷ ସୁଯୋଗ।

Media registration for Waves

କେଉଁମାନେ ଆବେଦନ କରିପାରିବେ?

ସାମ୍ବାଦିକ (ଛାପା, ଟିଭି, ରେଡିଓ)

ଫଟୋଗ୍ରାଫର/କ୍ୟାମେରାପର୍ସନ

ସ୍ୱାଧୀନ ଗଣମାଧ୍ୟମ ପେଶାଦାର,

ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍

ଆବଶ୍ୟକୀୟ ଡକ୍ୟୁମେଣ୍ଟ :

ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପରିଚୟପତ୍ର

ପାସପୋର୍ଟ ଆକାର ଫଟୋ

ଗଣମାଧ୍ୟମ ସମ୍ପୃକ୍ତିର ପ୍ରମାଣ

୧୦ଟି ନମୁନା କାର୍ଯ୍ୟ (ଲିଙ୍କ୍ କିମ୍ବା ସ୍କ୍ରିନସଟ୍)

ଭିସା (ଆନ୍ତର୍ଜାତୀୟ ଆବେଦନକାରୀଙ୍କ ପାଇଁ)

ପଞ୍ଜୀକରଣ ଆରମ୍ଭ ତାରିଖ: ୨୧ ଏପ୍ରିଲ ୨୦୨୫

ପଞ୍ଜିକରଣ ବନ୍ଦ କରିବାର ଶେଷ ତାରିଖ: ୨୩ ଏପ୍ରିଲ ୨୦୨୫ ରାତି ୧୧:୫୯ ସୁଦ୍ଧା

ଅନୁମୋଦିତ ପ୍ରତିନିଧିମାନଙ୍କୁ ଇମେଲ ମାଧ୍ୟମରେ ସୂଚିତ କରାଯିବ ଏବଂ ରିଅଲ୍-ଟାଇମ୍ ଅପଡେଟ୍ ପାଇଁ ଅଫିସିଆଲ୍ ହ୍ୱାଟ୍ସଆପ୍ ଗ୍ରୁପରେ ଯୋଡାଯିବ।

ଦୟାକରି pibwaves.media[at]gmail[dot]com ରେ ବିଷୟ: ଓ୍ବେଭ୍ସ ଗଣମାଧ୍ୟମ ଅନୁମୋଦନ ପ୍ରଶ୍ନ ବିଷୟରେ ଆମ ସହ ଯୋଗାଯୋଗ କରନ୍ତୁ କିମ୍ବା ଆମର ହେଲ୍ପଲାଇନ୍ ନମ୍ବର: ୯୬୪୩୦୩୪୩୬୮ କୁ କଲ୍ କରନ୍ତୁ।

ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ପଞ୍ଜୀକରଣ ନୀତି ଏଠାରେ ଦେଖନ୍ତୁ।

ଓ୍ବେଭ୍ସରେ ଯୋଗଦେବାର ଶେଷ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ!

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+