ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ; କହିଲେ ସାନ୍ତାଳୀ ଭାଷାର ପ୍ରଚାର ପାଇଁ କରିବି ଆଲୋଚନା
ଆସନ୍ତା ୨୪ ତାରିଖରୁ ନବନିର୍ବାଚିତ ସାଂସଦମାନେ ସଂସଦରେ ଶପଥ ଗ୍ରହଣ କରିବେ । ଓଡ଼ିଶାର ୨୧ ସାଂସଦ ମଧ୍ୟ ଶପଥ ଗ୍ରହଣ କରିବେ । ୨୧ ସାଂସଦଙ୍କ ମଧ୍ୟରୁ ନିର୍ବାଚିତ ହୋଇଥିବା ବିଜେପିର ୨୦ ସାଂସଦ ଆଜି ଶପଥଗ୍ରହଣ କରିବାକୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।
ତେବେ ଶପଥ ନେବା ପୂର୍ବରୁ ପ୍ରଥମଥର ମୟୂରଭଞ୍ଜରୁ ସାଂସଦ ହୋଇଥିବା ନବଚରଣ ମାଝୀ କହିଛନ୍ତି, ନିଜ ମାତୃଭାଷା ସାନ୍ତାଳୀ ଭାଷାରେ ସାଂସଦ ଭାବେ ଶପଥ ନେବେ । ଆଗାମୀ ଦିନରେ କିଭଳି ସାନ୍ତାଳୀ ଭାଷା ଲୋକଲୋଚନକୁ ଆସିବ ଏବଂ ଏହାର ପ୍ରଚାର ପ୍ରସାର କିଭଳି ହେବ ସେ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ନବ ଚରଣ ମାଝୀ ।
ନବନିର୍ବାଚିତ ଏମ୍ପି ମାନେ ଆସନ୍ତା ୨୪ ତାରିଖରେ ସଂସଦରେ ଶପଥ ଗ୍ରହଣ କରିବେ । ଓଡ଼ିଶାର ୨୧ ଏମ୍ପି ମଧ୍ୟ ଶପଥ ଗ୍ରହଣ କରିବେ । ତେବେ ଏମ୍ପିମାନେ ଶପଥଗ୍ରହଣ କରିବାକୁ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ମୟୂରଭଞ୍ଜରୁ ଏମ୍ପି ହୋଇଥିବା ନବଚରଣ ମାଝି ଆଜି ନିଜ ମାତୃଭାଷା ସାନ୍ତାଳୀ ଭାଷାରେ ଶପଥ ନେବେ ବୋଲି ଜଣାପଡିଛି। ଏହାକୁ ନେଇ ନବଚରଣ ମାଝି କହିଛନ୍ତି, ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଲୋଚନା ସହ କରିବି ।

ସାନ୍ତାଳୀ ଭାଷା କେବଳ ସ୍ୱୀକୃତି ପାଇଲେ ହେବନି ବରଂ ସବୁ ଅନୁଷ୍ଠାନରେ ଏହି ଭାଷାରେ କିଭଳି ପାଠ ପଢାଯିବ ସେନେଇ ପ୍ରୟାସ କରିବି । ସାନ୍ତାଳୀ ଭାଷାକୁ ବିକଶିତ କରିବାକୁ ସବୁ ପଦକ୍ଷେପ ନେବି ବୋଲି କହିଛନ୍ତି ନବଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାତୃଭାଷା ମଧ୍ୟ ସାନ୍ତାଳୀ ଭାଷା । ତେଣୁ ଏହି ଭାଷାକୁ କିଭଳି ଆଗକୁ ବଢାଯାଇପାରିବ ସେନେଇ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି ନବଚରଣ ମାଝୀ ।












Click it and Unblock the Notifications