ସରିଲା ବାଲିଯାତ୍ରା, ନଭେମ୍ବର ୨୦ରୁ ଆରମ୍ଭ ହେବ 'ମୟୁରଭଞ୍ଜ ମହୋତ୍ସବ'
ସରିଲା ବାଲିଯାତ୍ରା, ନଭେମ୍ବର ୨୦ରୁ ଆରମ୍ଭ ହେବ 'ମୟୁରଭଞ୍ଜ ମହୋତ୍ସବ'
ମୟୁରଭଞ୍ଜ: ଗୋଟେ ପଟେ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା ତ ଅନ୍ୟପଟେ ଆରମ୍ଭ ହେବା ପାଇଁ ଯାଉଛି ମୟୁରଭଞ୍ଜ ମହୋତ୍ସବ । କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ବନ୍ଦ ରହିଥିବା 'ମୟୁରଭଞ୍ଜ ମହୋତ୍ସବ' ଆସନ୍ତା ୨୦ ନଭେମ୍ବରରୁ ଆରମ୍ଭ ହୋଇ ୨୭ ତାରିଖରେ ଶେଷ ହେବ । ଯେଉଁଥି ପାଇଁ ଏବେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ପ୍ରଥମ ଦିନରେ ସମଗ୍ର ଜିଲ୍ଲାର ଲୋକକଳାକୁ ନେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଛଉ ପଡିଆ ପର୍ଯ୍ୟନ୍ତ ଆୟୋଜିତ ହେବ ଏକ କାର୍ନିଭାଲ ସୋ' । ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ଜମିବ ନାଚ ଗୀତର ଆସର । ଏହି ୭ ଦିନରେ ମୟୁରଭଞ୍ଜ ଆଦିବାସୀ କଳା ସଂସ୍କୃତି ସହିତ ଛଉ, ଝୁମର, ଶାନ୍ତାଳୀ ଲୋକକଳାର ତାଳେ ତାଳେ ଝୁମିବେ ଲୋକେ । ତେବେ ଏହି ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପ ଠାରୁ ଆରମ୍ଭ କରି, କୂଟୀର ଶିଳ୍ପ, ପାରମ୍ପାରିକ ପୋଷାକ ସହ ଘରକରଣା ସାମଗ୍ରୀ ଏବଂ ପାରମ୍ପାରିକ ମାଂସ-ମୂଢୀ ଓ ଅନ୍ୟାନ୍ୟ ଖାଦ୍ୟର ଷ୍ଟଲ ମଧ୍ୟ ଲାଗିବ । ସୂଚନା ଅନୁସାରେ ପ୍ରାୟ ୧୫୦ ଟି ଷ୍ଟଲ ଲାଗିବା ସହ ପ୍ରତିଦିନ ସନ୍ଧ୍ୟା ୫ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜାରି ରହିବ ।












Click it and Unblock the Notifications