ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ,
ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ଥିବା ଅନେକ ଆଦିବାସୀ ସଙ୍ଗଠନ ମିଳିତ ଭାବେ ଏହି ଡାକରା ଦେଇଛନ୍ତି । ଦୋକାନ ବଜାର ଓ ଗାଡ଼ିଚଳାଚଳ ଉପରେ ଏହାର ପ୍ରଭାବ ପଡିଛି । ବାରିପଦା, ରାଇରଙ୍ଗପୁର, କରଞ୍ଜିଆ, ଜଶିପୁର, ବହଳଦା ମସେତ ଅନେକ ଅଞ୍ଚଳରେ ଆଜି ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଛି ।

୨୦୦୭ରେ ରାଜ୍ୟ ସରକାର ୧୦୦ ଜଣ ଅଲିଚିକି କମ୍ୟୁନିଟି ମୋବିଲାଇଜର ଏବଂ ୨୦୦୯ରେ ୨୦ ଜଣ ମୁଣ୍ତାରୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ହେଲେ ଦୀର୍ଘ ୧୫ ବର୍ଷ ହେଲା ସେମାନେ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରି ନିରାଶ ହୋଇଥିଲେ । ସରକାରୀ ଶିକ୍ଷକ ୬୦ ହଜାର ଟଙ୍କାରୁ ଅଧିକ ବେତନ ପାଉଥିବା ବେଳେ ଆଦିବାସୀ ଭାଷା ଶିକ୍ଷକମାନେ ମାତ୍ର ୩୨୦୦ ଟଙ୍କା ପାଉଥିଲେ । ଯାହାକୁ ବିରୋଧ କରି ଆଦିବାସୀ ଭାଷା ଶିକ୍ଷକ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।












Click it and Unblock the Notifications