ଜନ୍ମ ତିଥିରେ ପଦ୍ମଶ୍ରୀ ଡ଼. ମାୟାଧର ମାନସିଂହଙ୍କୁ ମନେ ପକାଉଛି ସାହିତ୍ୟ ଜଗତ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଜଣା-ଅଜଣା କଥା

ଜନ୍ମ ତିଥିରେ ପଦ୍ମଶ୍ରୀ ଡ଼. ମାୟାଧର ମାନସିଂହଙ୍କୁ ମନେ ପକାଉଛି ସାହିତ୍ୟ ଜଗତ । ଏହି ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା-ଅଜଣା କଥା । ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ସାରସ୍ୱତ ସାଧକ ଡ଼. ମାୟାଧର ମାନସିଂହଙ୍କ ଆଜି ଜନ୍ମ ଦିନ । ମାୟାଧର ମାନସିଂହ ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ନନ୍ଦଳା ଗ୍ରାମରେ ୧୯୦୫ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଲେଖିକା ଓ କବି ହେମଲତା ମାନସିଂହଙ୍କୁ ବିବାହ କରିଥିଲେ ।

ସେ ରେଭେନ୍ସା ମହାବିଦ୍ୟାଳୟ ବି.ଏ. ପାଠ୍ୟକ୍ରମ ସାରିବାପରେ ପାଟଣା ବିଶ୍ୱବିଦ୍ୟାଳୟରୁ ଏମ.ଏ. ପାସ କରିଥିଲେ । ଇଂଲଣ୍ଡର ଡରହାମ ବିଶ୍ୱବିଦ୍ୟାଳୟରେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି. ଉପାଧି ଲାଭ କରିଥିଲେ । ସେ ଓଡ଼ିଶାର ପ୍ରଥମ ଡକ୍ଟରେଟ ଉପାଧିଧାରୀ ଥିଲେ । ସେ ସେକ୍ସପିଅରଙ୍କ ଲିଖିତ "'Othello"ର ଓଡ଼ିଆରେ ରୂପାନ୍ତର କରିଥିଲେ । ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।

Mayadhar_Mansingh

ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତିକୁ ଲୋକପ୍ରିୟ କରିବା ଦିଗରେ ନିଜ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । 'କୋଣାର୍କ', 'ଏଇ ସହକାର ତଳେ' ତାଙ୍କ ସାହିତ୍ୟ କୃତି ।

ସେ ଅନେକ ପ୍ରବନ୍ଧ ରଚନା କରିଛନ୍ତି । ତାଙ୍କର ଜଣାଶୁଣା ପ୍ରବନ୍ଧ ପୁସ୍ତକ ମଧ୍ୟରେ "ଜୀବନ ପଥ", "ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ", "ଓଡ଼ିଆ ସମାଜ ଓ ସାହିତ୍ୟ" ପ୍ରଭୃତି ଅନ୍ୟତମ । ୧୧ ଅକ୍ଟୋବର ୧୯୭୩, ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ରଚିତ କାଳଜୟୀ କାବ୍ୟକୃତି, ନାଟକ, ପ୍ରବନ୍ଧ ଆଦି ଓଡ଼ିଆ ସାହିତ୍ୟର ଅନନ୍ୟ ବିଭବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+