ବଢ଼ିଲା ପଦ୍ମପୁର ଜିଲ୍ଲା ଆଶା; ଜିଲ୍ଲା ସଦର ମହକୁମା ଚିହ୍ନଟ ପାଇଁ ସ୍ଥାନ ପରିଦର୍ଶନ କଲା ଟିମ୍
ପଦ୍ମପୁରକୁ ଜିଲ୍ଲା କରାଯିବା ଆଶା ଆଉ ପାଦେ ଆଗେଇଲା । ଜିଲ୍ଲା ସଦର ମହକୁମା ଚିହ୍ନଟ ପାଇଁ ସ୍ଥାନ ପରିଦର୍ଶନ କଲା ଟିମ୍ । ଉତ୍ତରାଞ୍ଚଳ ଆର୍ଡିସିଙ୍କ ନେତୃତ୍ୱରେ ଟିମ୍ର ପରିଦର୍ଶନ । ଜିଲ୍ଲା ମୁଖ୍ୟାଳୟ ପାଇଁ ୩ଟି ସ୍ଥାନ ବୁଲିଥିବା କହିଲେ ଆର୍ଡିସି । ଏନେଇ ରିପୋର୍ଟ ଦେବା ପରେ ସରକାର ପଦକ୍ଷେପ ନେବେ ବୋଲି ଆର୍ଡିସି କହିଛି । ପଦ୍ମପୁର ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାବେଳେ ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।
ପଦ୍ମପୁରକୁ ବର୍ଷେ ଭିତରେ ଜିଲ୍ଲା ମାନ୍ୟତା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ ହିଁ ପଦମପୁରବାସୀଙ୍କ ଜିଲ୍ଲା ସ୍ବପ୍ନ ସତ ହେବ ବୋଲି ନବୀନ କହିଥିଲେ । ଜିଲ୍ଲା ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବାରୁ ପଦମପୁରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି ।

ସାକାର ହେବ ପଦ୍ମପୁରବାସୀଙ୍କ ସ୍ବପ୍ନ । ତେବେ ଖୁବଶୀଘ୍ର ପଦ୍ମପୁର ବାସୀଙ୍କ ସ୍ବପ୍ନ ସାକାର ହୋଇପାରେ । ପଦ୍ମପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ଆରଡିସି ସୁରେଶ ଚନ୍ଦ୍ର ଦଳାଇ ପଦମପୁରରେ ପହଞ୍ଚି ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । RDCଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଜମି ନିରୂପଣରେ ସାମିଲ ହୋଇଛି । ଉପଜିଲ୍ଲାପାଳ ଓ ଆରଆଇଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନୁଧ୍ୟାନ କରାଯାଉଛି ।












Click it and Unblock the Notifications