ରାଜ୍ୟରେ ପୁଣିଥରେ ହେବ ଛାତ୍ର ସଂସଦ ନିର୍ବାଚନ ! ସଙ୍କେତ ଦେଲା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା !
ରାଜ୍ୟରେ ପୁଣିଥରେ ହେବ କି ଛାତ୍ର ସଂସଦ ନିର୍ବାଚନ ? ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏନେଇ ବଡ ସଙ୍କେତ ଦେଉଛି ।
ନିର୍ବାଚନ କରିବା ନେଇ ଛାତଛାତ୍ରୀ ମାନେ ଦାବି କରିବା ସ୍ୱଭାବିକ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୟାନ ଛାତ୍ର ସଂସଦ ନିର୍ବାଚନ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ତିତିଲି ବାତ୍ୟା ଓ କୋଭିଡ଼ ଯୋଗୁ ଦୀର୍ଘ ୬ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯାଇଛି । ତେବେ ଚଳିତ ଥର ରାଜ୍ୟରେ ବିଜେପି ନେତୃତ୍ୱରେ ନୂଆ ସରକାର ଗଠନ ହୋଇଥିବା ବେଳେ ଛାତ୍ର ସଂସଦ ନିର୍ବାଚନ ନେଇ ସମ୍ଭାବନା ସୃଷ୍ଟି ହୋଇଛି ।
ବିରୋଧୀ ଆସନରେ ଥିବା ସମୟରେ ବିଜେପି ପକ୍ଷରୁ ଅନେକ ସମୟରେ ଛାତ୍ର ସଂସଦ ନିର୍ବାଚନ କରିବା ଦାବି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି । କଲେଜ ନିର୍ବାଚନକୁ ରାଜନୀତିର ଏନ୍ତୁଡିଶାଳ କୁହାଯାଏ, ଏହିଠାରୁ ଅନେକ ନେତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥାଏ । ତେବେ ଆଗକୁ ଛାତ ସଂସଦ ନିର୍ବାଚନ ନେଇ ସରକାର କଣ ନିଷ୍ପତି ନେଉଛନ୍ତି ତାକୁ ଅପେକ୍ଷା ରହିଛି ।

୨୦୧୭ ମସିହାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। କେତେବେଳେ କରୋନା ତ ପୁଣି ଆଉ କ କେତେବେଳେ ହିଂସା ଭଳି ବିଭିନ୍ନ ବାହାନା ଦେଖାଇ ପୂର୍ବ ସରକାରରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିଲା। ଛାତ୍ର ସଂସଦ ନିର୍ବାଚନ ନେଇ ବିଭିନ୍ନ ଛାତ୍ର ସଂଗଠନ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଏଥିସହ ସରକାର ନିକଟରେ ଦାବି କରିଛନ୍ତି। ହେଲେ କିଛି ସୁଫଳ ମିଳିନାହିଁ। ତେବେ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି।












Click it and Unblock the Notifications