ଗତ ୨୪ ଘଣ୍ଟାରେ ବାଲିଗୁଡ଼ାରେ ସର୍ବାଧିକ ୧୩୫ ମିମି ବର୍ଷା
ସକ୍ରିୟ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା। ଗତ ୨୪ ଘଣ୍ଟାରେ ବାଲିଗୁଡ଼ାରେ ସର୍ବାଧିକ ୧୩୫ ମିମି ବର୍ଷା ହୋଇଛି । ବରଗଡ଼ ଅତାବିରାରେ ୧୨୪, ଝାରସୁଗୁଡ଼ା ଲଇକେରାରେ ୧୦୩.୪ ମିମି ବର୍ଷା ହୋଇଛି ।
୯ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ୧ ଜୁଲାଇରୁ ବର୍ତ୍ତମାନ ସୁଦ୍ଧା ୩୦୮.୭ ମିମି ବର୍ଷା ରେକର୍ଡ ହୋଇଛି ।
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୪-୫ ଦିନ ଯାଏଁ ବର୍ଷା ଲାଗି ରହିବ। ୫ ଦିନ ପର୍ଯ୍ୟନ୍ତ ବର୍ଷାରେ ନିସ୍ତାର ମିଳିବ ନାହିଁ। ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର. ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୨୦ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ଭଦ୍ରକ, କଟକ, ଯାଜପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼, ବାଲେଶ୍ୱର, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ । ସେହିପରି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ଼, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ମଧ୍ୟ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।
ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷର ସମ୍ଭାବନା ରହିଛି । ୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଭାଗ କହିଛି ।
ବର୍ଷା ସମୟରେ ସହରାଞ୍ଚଳରେ ଆକସ୍ମିକ ବନ୍ୟା ହେବା ନେଇ ସତର୍କତା ଜାରି କରାଯାଇଛି । ଏହା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ନେଇ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବ । ଦୁଇ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି ।
ସେହିପରି ବର୍ଷା ହେତୁ ଚାରିଆଡେ ଘାଇ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏବେ ବି ହୀରାକୁଦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।












Click it and Unblock the Notifications